ପୂର୍ବ ଦୁର୍ନୀତିର ତଦନ୍ତ ଦାବିରେ ସାଇନ୍ସ ପାର୍କ ଓ ପ୍ଲାନେଟୋରିଅମ ନିର୍ମାଣ କାମ ବନ୍ଦ କଲା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ

ରାଉରକେଲା: ଛେଣ୍ଡ କଲୋନୀରେ ହେବାକୁ ଥିବା ପ୍ରସ୍ତାବିତ ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିଅମ ନିର୍ମାଣ କାମକୁ ବିରୋଧ କରିଛି କଂଗ୍ରେସ ଦଳ । ଯେଉଁ ସ୍ଥାନରେ ଏବେ ସାଇନ୍ସ ପାର୍କ ଲାଗି କାମ ଆରମ୍ଭ ହୋଇଛି,  ଉକ୍ତ ଜମିରେ ସେଣ୍ଟ୍ରାଲ ପାର୍କ ନିର୍ମାଣ ଲାଗି ଏକ କୋଟି ୮୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପୂର୍ବରୁ କଂଗ୍ରେସ ଦଳ କରିଥିଲେ । ଦୁର୍ନୀତିର ତଦନ୍ତ ଲାଗି ଉକ୍ତ ସ୍ଥାନରେ ଧାରଣା ଦେବା ସହ ଭିଜିଲାନ୍ସ ତଦନ୍ତ ଦାବିରେ ମଧ୍ୟ ଏଫଆଇଆର କରିଥିବା କହିଛି କଂଗ୍ରେସ ଦଳ । ମାତ୍ର ଉକ୍ତ ସ୍ଥାନରେ ପୂର୍ବରୁ ଅଧାପାନ୍ତରିଆ ଭାବେ ହୋଇଥିବା କାମ ଏବଂ ଏକ କୋଟି ଟଙ୍କାର ଦୁର୍ନୀତି ତଦନ୍ତ ନକରି ସେଠାରେ ନୂତନ ପ୍ରକଳ୍ପ କରାଯାଉଛି ।

ଫଳରେ ପୁରୁଣା ଦୁର୍ନୀତି ଅନ୍ଧକାର ରହିଯିବାର ଆଶଙ୍କା ସୃଷ୍ଟି ହୋଇଛି । ରାଉରକେଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ଏବଂ ପୂର୍ବତନ କଂଗ୍ରେସ ସଭାପତି ବିରେନ ସେନାପତିଙ୍କ ନେତୃତ୍ୟ ରେ କଂଗ୍ରେସ କର୍ମୀମାନେ ସେଠାରେ ଧାରଣା ଦେବା ସହ ଚାଲିଥିବା କାମକୁ ବନ୍ଦ କରିଦେଇଥିଲେ । କାମରେ ନିୟୋଜିତ ଶ୍ରମିକକୁ ହଟାଇ ଦେଇଥିଲେ । ଜେସିବି,ଟ୍ରାକ୍ଟରକୁ ବାହାରି କରିଦେବା ପରେ ପାର୍କ ମୁଖ୍ୟ ଗେଟରେ ତାଲା ମାରି ଦେଇଥିଲେ । ସବୁ କିଛି ଚାଲୁଥିଲା ପୁଲିସ ଉପସ୍ଥିତିରେ । ପୁଲିସ କେବଳ ନୀରବ ଦ୍ରଷ୍ଟା ସାଜି ସବୁ କିଛି ଦେଖୁଥିଲା କ୍ଷ ଆମେ ସାଇନ୍ସ ପାର୍କ କୁ ବିରୋଧ କରିନାହୁଁ , କିନ୍ତୁ ପ୍ରଥମେ ଏଠାରେ ଥିବା ସେଣ୍ଟ୍ରାଲ ପାର୍କ ଦୁର୍ନୀତିର ତଦନ୍ତ ଆରମ୍ଭ କରାଯାଉ । ପରେ ସାଇନ୍ସ ପାର୍କ କାମ ହେଉ  ବୋଲି କହିଛନ୍ତି ଜର୍ଜ ତିର୍କୀ । ପ୍ରତିବାଦରେ ଭିଜିଲାନ୍ସ ଓ ଜିଲ୍ଲାପାଳ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟଯେ ପ୍ରସ୍ତାବିତ ସାଇନ୍ସ ପାର୍କ ସ୍ଥାନରେ ଚାରିବର୍ଷ ଆଗରୁ ସେଣ୍ଟ୍ରାଲ ପାର୍କ ଲାଗି କାମ ଆରମ୍ଭ ହୋଇଥିଲା । ସେଠାରେ ୪୫ ଲକ୍ଷରେ ସୁଇମିଙ୍ଗପୁଲ ଖୋଳ ଯାଇଛି । ଯାହା ସେମିତି ଖୋଳା ହୋଇ ପଡିଛି । ୨୫ ଲକ୍ଷର ପିଲା ମାନଙ୍କ ଖେଳିବା ଲାଗି ସରଞ୍ଜାମ ଲଗାଯାଇଥିଲା । କିନ୍ତୁ ପାର୍କରେ ସେସବୁ କିଛି ନାହିଁ । କିଛିଦିନ କାମ ଚାଲିବା ପରେ ବନ୍ଦ ହୋଇଯାଇଥିଲା । ଏହି କାମରେ ଏକ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରିଥିଲେ କଂଗ୍ରେସ ଓ ବିଜେପି ଦଳ ସହ ଅନ୍ୟ କେତେକ ସଂଗଠନ ।

ସମ୍ବନ୍ଧିତ ଖବର