ଘରେ ୪୨ କିଲୋ ଗଞ୍ଜେଇ ରଖି ଗିରଫ ହେଲେ ଅବକାରୀ କନଷ୍ଟେବଳ

ରାୟଗଡା: ରାୟଗଡା ଅବଗକାରୀ କନେଷ୍ଟବଳଙ୍କ ଘରୁ ମିଳିଲା ଗ‌ଞ୍ଜେଇ। ରାୟଗଡା ପୁଲିସ କନେଷ୍ଟବଳକୁ ଗିରଫ କରିବା ସହ ଗଞ୍ଜେଇଇକୁ ଜବତ କରିଥିବା ଜଣାପଡିଛି। ରାୟଗଡ଼ା ଜିଲ୍ଲା ସଦରରେ ଥିବା ଅବକାରୀ ବିଭାଗର କାର୍ଯ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ ନିଜ ଘରେ ଗଞ୍ଜେଇ ରଖିଥିବା ନେଇ ଭୁବନେଶ୍ବରରୁ ଏସଟିଏଫ୍ ଟିମ୍ ଖବର ପାଇ ଚଢଉ କରିଥିଲା। ଦୀପକଙ୍କ ଘରୁ ୪୨.୨୪୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତ ଦୀପକଙ୍କୁ କସ୍ତୁରୀ ନଗର ତାଙ୍କ ଭଡ଼ା ଘରେ ଗତକାଲି ଚଢଉ କରି ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଆଜି ଦୀପକକୁ ଗିରଫ କରି କେସ ନଂ ୮୪/୧୪.୦୩.୨୩ ରେ  କୋର୍ଟ ଚାଲାଣ କରିଥିବା ରାୟଗଡ଼ା ଆଇଆଇସି ବି. କେ କହଁର ସୂଚନା ଦେଇଛନ୍ତି।

ସୂଚନା ମୁତାବକ ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଯେଉଁ ଭଳି ଭାବରେ କାର୍ଯ୍ୟ ତତ୍ପରତା ଦେଖାଇ ଗଞ୍ଜେଇ ଓ ମଦ ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲେ। କିନ୍ତୁ ବିଭାଗର ଜଣେ କର୍ମଚାରୀ ଘରେ ଗଞ୍ଜେଇ ରଖିଥିବା କିଭଳି ଜାଣି ପାରିଲେ ନାହିଁ, ପୁଣି ଏହି ଖବର ପାଇ ଭୁବନେଶ୍ବର ଏସଟିଏଫ୍‌ ଟିମ୍ ଆସି ଚଢଉ କରିଥିବା ସମସ୍ତଙ୍କୁ ବିସ୍ମୟ ଚକିତ କରିଦେଇଥିଲେ। ଏସଟିଏଫ୍ ଉକ୍ତ ଅଭିଯୁକ୍ତ ଏବଂ ଗଞ୍ଜେଇକୁ ଜବତ କରି ରାୟଗଡ଼ା ଥାନାଧିକାରୀଙ୍କୁ ହସ୍ତାନ୍ତର କରି ଚାଲିଯାଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଅବକାରୀ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲା ଅଧିକ୍ଷକ ଅଭିରାମ ବେହେରା ସୂଚନା ଦେଇ ସ୍ପଷ୍ଟ କରିଛନ୍ତି ଯେ ଉକ୍ତ ଅଭିଯୁକ୍ତ କନେଷ୍ଟବଳ  ଦୀପକ ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇଥଇଲେ। ୧୩ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇନଥିବା ବେଳେ ଏଭଳି କାର୍ଯ୍ୟ ବିଭାଗ ଓ ଆମ ପାଇଁ ଲଜ୍ଜାଜନକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର