ବୀରମିତ୍ରପୁର: ରାଉରକେଲା ରିଜର୍ଭରେ କାର୍ଯ୍ୟରତ ଏପିଆର୍‌ କନଷ୍ଟେବଳ ଲାଲଚାନ୍ଦ ଲୁଗୁନ(୪୫) ଆତ୍ମହତ୍ୟା କରିଛନ୍ତି। ବୀରମିତ୍ରପୁର ପୁଲିସ ଅନ୍ଧାରି ପଞ୍ଚାୟତର ଧାଙ୍ଗରିନଚାସ୍ଥିତ ବାସଗୃହରୁ ଆଜି ତାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ମାନସିକ ବିକୃତିରୁ ଏପରି ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ପୁଅ ଝିଅ ଓ ପତ୍ନୀ ବାହାରକୁ ଯାଇଥିଲାବେଳ ଲାଲଚାନ୍ଦ ଘରେ ଏକୁଟିଆ ଥିଲେ। ମଧ୍ୟାହ୍ନରେ ପତ୍ନୀ ଆସିଆନ ଲୁଗୁନ ଘରକୁ ଫେରିବା ପରେ ଘର ସିଲିଂରେ ସ୍ବାମୀ ଲାଲଚାନ୍ଦଙ୍କ ଶବ ଝୁଲୁଥିବା ଦେଖି ବୀରମିତ୍ରପୁର ପୁଲିସକୁ ଖବର ଦେଇଥିଲେ।