ଅବକାରୀ ବିଭାଗର ଯୁବ କନେଷ୍ଟବଳଙ୍କ ଅକାଳ ବିୟୋଗ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ବିଭଷ୍ର କନେଷ୍ଟବଳଙ୍କ ଅକାଳ ବିୟୋଗ । ସୂଚନା ଅନୁଯାୟୀ ରାଇରଙ୍ଗପୁର ବ୍ଲକ୍ ସାନପାଖନା ଗ୍ରା.ପର ନୁରୁବାଦଡା ଗ୍ରାମ ଦେଉଳିସାହିର ସଚ୍ଚିପତି ମହାନ୍ତ (୩୪) ରାଇରଙ୍ଗପୁର ଅବକାରୀ ବିଭାଗରେ କନେଷ୍ଟବଳ ଭାବେ ନିଯୁକ୍ତି ହୋଇଥିଲେ । ତେବେ କିଛିଦିନ ପୂର୍ବରୁ ସେ ଜଣ୍ଡିସ ରୋଗରେ ପିଡୀତ ଥିଲେ । ତେବେ ତାଙ୍କ ସ୍ୱାସ୍ଥବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକସ୍ଥିତ ଏସ୍ସିବି ମେଡିକାଲରେ ଭର୍ତି କରିଥିଲେ ।

ତେବେ ଚକିତ୍ସ୍ୟାଧୀନ ଅବସ୍ଥାରେ ଗତରାତ୍ରୀରେ ତାଙ୍କର ଅକାଳ ବିୟୋଗ ହୋଇଛି । ତାଙ୍କ ମରଶରୀରକୁ ଆଣିବା ସମୟରେ ବାରିପଦାସ୍ଥିତ ଜିଲ୍ଲା ମୂଖ୍ୟ କାର୍ଯ୍ୟଳୟରେ ଅବକାରୀ ବିଭାଗ ପକ୍ଷ୍ୟରୁ ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ପ୍ରକାଶ କରିଥିଲେ । ତାଙ୍କ ମର ଶରୀର ପୈତୃକ ବାଦଡାରେ ପହଂଚିବା ପରେ ଶୋକର ଛାୟା ଖେଳିଯାଇଥିଲା । ରାଇରଙ୍ଗପୁର ଅବକାରୀ ବିଭାଗର ସମସ୍ତ କର୍ମଚାରୀ,ଗ୍ରାମବାସୀଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ ବ୍ୟକ୍ତି ପହଂଚି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ଏବଂ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ଶେଷରେ ତାଙ୍କ ପୈତୃକ ଗ୍ରାମ ବାଦଡାରେ ଶୈଷକ୍ୃତ ସମ୍ପନ୍ନ କରାଯାଇଥିଲା । ବର୍ତ୍ତମାନ ତାଙ୍କର ବିଧବା ସ୍ତ୍ରୀ ଓ ଗୋଟିଏ ୮ ବର୍ଷର କୁନି ପୁଅ ଅଛନ୍ତି ।

ସମ୍ବନ୍ଧିତ ଖବର