ଜୁଆଡ଼ିଙ୍କ ସହ ପୁଲିସର ସଂପର୍କ: ଅଡିଓ ଭାଇରାଲ ପରେ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର: ଜୁଆଡିଙ୍କ ସହିତ ପୁଲିସର ସଂପର୍କ ପଦାରେ ପଡିଛି। ଜୁଆଡି ଏବଂ ଜଣେ ପୁଲିସ କନେଷ୍ଟବଳଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ ହେବା ପରେ ସଂପୃକ୍ତ କନେଷ୍ଟବଳଙ୍କୁ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ନିଲମ୍ବିତ କରିଛନ୍ତି। ଏହି ଘଟଣା ଏବେ ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ, ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ସାପ୍ତାହିକ ହାଟରେ ଜୁଆ ଖେଳ କରିବା ପାଇଁ ଚାନ୍ଦା ମାଗିଥିଲେ କନେଷ୍ଟବଳ ନିରଞ୍ଜନ ମାଝୀ। ସେ ଜଣେ ଜୁଆ ଖେଳ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ହରିଚନ୍ଦନପୁର ଥାନା ଅଧିକାରୀ ଏବଂ ଘଟଗାଁ ଏସଡିପିଓଙ୍କ କଥା ବୁଝିବାକୁ କହିବା ସହ ଜୁଆ ଖେଳ କରିବାକୁ ହେଲେ ଏସବୁ କରିବାକୁ ପଡେ ବୋଲି କହିଥିଲେ। ଏ ସଂପର୍କିତ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନମୋ ସେନା ପକ୍ଷରୁ କେନ୍ଦୁଝର ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଫଳରେ ଏଥିନେଇ ତଦନ୍ତ କରି ଆଜି ଏସ୍‌ପି ମିତ୍ରଭାନୁ ମହାପାତ୍ର ହରିଚନ୍ଦନପୁର ଥାନାର କନେଷ୍ଟବଳ ନିରଞ୍ଜନ ମାଝୀଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର