‌ଫେରିଲା କରୋନା କଟକଣା: ବଡ ଧରଣର ଲୋକରାଣ୍ୟକୁ ମନା; ୫ଟି ରାଜ୍ୟରୁ ଫେରିଲେ ହେବ କଣ୍ଟାକ୍ଟ ଟ୍ରେସିଂ

କୋରାପୁଟ: କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି କରୋନା କଟକଣା। କୋରାପୁଟ ଜିଲ୍ଲାପାଳଙ୍କ ଜିଲ୍ଲା ଜରୁରୀ ଉପ ବିଭାଗ ପକ୍ଷରୁ ଆଜି ସଦ୍ୟ ଭାବେ କଟକଣା ଜାରି କରାଯାଇଛି। ଆଜି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖ୍‌ତରଙ୍କ ତତ୍ବାବଧାନରେ ଏକ ଜରୁରୀକାଳୀନ ବୈଠକ ବସିଥିଲା। ଏହି ବୈଠକରେ ଆସନ୍ତାଦିନ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏହାସହ ଏସଓପି ଜାରି କରାଯାଇଛି। ମିଳିଥିବା ସୂଚନା ମୁତାବକ ଉଭୟ ସହରାଞ୍ଚଳ ଓ ଗ୍ରାମଞ୍ଚଳରେ ମାସ୍କ ଚେକିଂ ଓ ସାମାଜିକ ଦୂରତା ରଖିବା ନେଇ ଧରପଗଡ ଓ ଚଢାଉ କରାଯିବ।। ଗୁରୁତ୍ବପୂର୍ଣ୍ଣ ସ୍ତାନ ଗୁଡିକରେ ପୁଣି ଥରେ ପୁଲିସ ଚେକ୍‌ ପଏଣ୍ଟ ସ୍ଥାପନ କରାଯିବ। ବଡ ଧରଣର ଲୋକାରଣ୍ୟକୁ ମନା କରାଯାଇଥିବାବେଳେ ଏଥିନେଇ ଜିଲ୍ଲାସ୍ତରରୁ ଅନୁମିତ ନେ‌ବେ। ଜୟପୁର, କୋରାପୁଟ ଓ ସେମିଳିଗୁଡା ପରି ବଡ ସହରରେ ରହିଥିବା ମନ୍ଦିର, ମଲ୍‌, ଧର୍ମାନୁଷ୍ଠାନ ଓ ବ୍ୟବସାୟିକ ପେଣ୍ଠରେ ଜନଗହଳିକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କନ୍ଦ୍ରେରେ ନିୟମିତ ଭାବେ ବିଶୋଧନ କରାଯିବ, କୌଣସି ଅନ୍ୟ କାର୍ଯ୍ୟପନ୍ଥାକୁ ଗ୍ରହଣ କରାଯିବାକୁ ବାରଣ କରାଯାଇଛି।

ହୋଟେଲ, ଢାବା, ରେଷ୍ଟୁରାଣ୍ଟ ସହ ଜନସାଧାରଣ ଗ୍ରହଣ କରୁଥିବା ଖାଦ୍ୟବ୍ୟବସ୍ଥାକୁ ବନ୍ଦ କରାଯିବ। ଏନେଇ ପୁଲିସ ନିଟକରୁ ଅନୁମତି ନେବାକୁ ପଡିବ। ସାମାଜିକ ଦୂରତା ଓ ଅନ୍ୟ ସୁରକ୍ଷା ପନ୍ଥା‌ ଗ୍ରହଣ କରିବାକୁ କୁହାଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ଦ୍ବାରରେ ହାଣ୍ଡ ସାନିଟାଇଜର ରଖିବା ବାଧ୍ୟତାମୂଳକ। ଯେଉଁମାନେ ଏହାକୁ ଅମନ୍ୟ କରିବେ ସେମାନଙ୍କ ଉପରେ କଢା କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାସହ ସରକାରୀ କାର୍ଯ୍ୟାଳୟର ମୁଖ୍ୟ କୋଭିଡ ନିୟମ ମାନିବାକୁ ଦୃଢିକରଣ କରିବେ। ଏହାସହ ପୁଣି ଫେରିଛି ସ୍ବାବ ଟେଷ୍ଟିଂ ଫର୍ମାଟ, ସମସ୍ତ ବିଡିଓ ଓ ଇଓଙ୍କ ସହ ଆଲୋଚନା କରି ଉପଜିଲ୍ଲାପାଳ ସ୍ବାବ ଟେଷ୍ଟ ପକ୍ରିୟାକୁ ପରିଚାଳନା କରିବେ। ସିଡିଏମଓଙ୍କ କୋଡିଭ୍‌ ସେଲ୍‌ ପକ୍ଷରୁ ପ୍ରତି ରବିବାର ୪ଟାବେଳେକୁ ‌ସ୍ବାବ ଟେଷ୍ଟିଂ ରିପୋର୍ଟ ପ୍ରକାଶ କରିବେ। ଏହାସହ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ସହ ଦେଶର ଅନ୍ୟ ଜିଲ୍ଲା (ଯେଉଁଠି କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି) ଫେରନ୍ତାଙ୍କର ହେବ ସ୍ବାବ ଟେଷ୍ଟିଂ। ଏହାସହ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ହେବ। ଅଙ୍ଗନବାଡି କର୍ମୀ, ଆଶା ଓ ଏଏନଏମଙ୍କ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରିବେ। ପ୍ରତି ସୋମବାର ସନ୍ଧ୍ୟା ୫ଟାବେଳକୁ ଜିଲ୍ଲାର ପ୍ରତି ବିଡ଼ିଓ/ଇଓ ଓ ତହସିଲଦାର ଚଢାଉର ରିପୋର୍ଟ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର