ଭବାନୀପାଟଣା: ଆଜି ସକାଳେ ହରିଦ୍ୱାରରୁ ଜୟପୁରକୁ ହିରୋ କମ୍ପାନିର ବାଇକ୍ ନେଇ ଯାଉଥିବା ଏକ କଣ୍ଟେନର ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିଚଗାଁ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଜଳିଯାଇଛି। ଫଳରେ କଣ୍ଟେନର ଭିତରେ ଥିବା ୫୦ଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖୈତାନ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ ନାମକ ଏକ କମ୍ପାନିର ଆରଜେ ୫୨ଜିଏ ୩୧୬୮ ନମ୍ବର ବିଶିଷ୍ଟ କଣ୍ଟେନରଟି ୫୦ଟି ହିରୋ କମ୍ପାନି ବାଇକ ନେଇ ହରିଦ୍ୱାରରୁ ଜୟପୁର ଯିବା ବାଟରେ ଆଜି ଭୋର ଭୋରରୁ ହଠାତ ଭବାନୀପାଟଣା ନିକଟରେ ଜଳି ଯାଇଥିଲା। ଖବରପାଇ ଭବନୀପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଅଗ୍ନିକାଣ୍ଡର ପ୍ର୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kalahandi-1.jpg)