ପୋଲାମ ଗ୍ରାମକୁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା 

ଜହ୍ନlପଙ୍କ: ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଂଚାୟତ ପୋଲାମ ଗ୍ରାମରେ ୮ ଜଣ କୋଭିଡ ପଜିଟିବ ଚିହ୍ନଟ ହେଲା ପରେ ଜିଲ୍ଲପାଳଙ୍କ ନିର୍ଦ୍ଦେଶ କ୍ରମେ ସରପଞ୍ଚ ମିତ୍ରଭାନୁ ପ୍ରଧାନ ପୋଲାମ ଗ୍ରାମକୁ ଗୁରୁବାର ଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି l ଗ୍ରାମର ପ୍ରବେଶ ପଥରେ ବାଉଁଶ ବନ୍ଧା ଯାଇ ଗାଁକୁ ସିଲ କରାଯାଇଛି l ଏହି ଦିନ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ, ସ୍ୱାସ୍ଥ୍ୟ ସେବା ପାଇଁ ବାହାରକୁ କେବଳ ଯାଇ ପାରିବେ l ୧୮ ତାରିଖ ପର୍ଯ୍ୟନ୍ତ କେହି ବାହାର ଗାଁର ଲୋକ ପୋଲାମ ଗ୍ରାମକୁ ଓ ପୋଲାମ ଗ୍ରାମର ଲୋକ ଅନ୍ୟ ଗ୍ରାମକୁ ନ ଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜଣାଇ ଦିଆ ଯାଇଛି l ଏହି କଟକଣା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତ ରହିବ ବୋଲି ପିଇଓ ଶମ୍ଭୁ ପ୍ରସାଦ ଖେତୀ ସୂଚନା ଦେଇଛନ୍ତି l କୋଭିଡ ନିୟମ ଯିଏ ନମlଣିବ ତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆ ଯାଇଛି l

ସମ୍ବନ୍ଧିତ ଖବର