ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି କଣ୍ଟେନମେଣ୍ଟ ଜୋନ୍। ଆଜି ଜିଲ୍ଲାରେ ମୋଟ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୭୮ରେ ପହଂଚିଛି। ଏହାର ପ୍ରତିକାର ପାଇଁ ଆଜି ଜିଲ୍ଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଝାରସୁଗୁଡ଼ା ସହରର ବେହେରାମାଲ, ସରବାହାଲରେ ୨ ଟି ସ୍ଥାନ, ବମ୍ବେଚୌକ, ଝଣ୍ଡା ଚୌକ, ରେଲୱେ କଲୋନିର ୨ଟି ସ୍ଥାନ, କବାରିସସ୍ଥାନ ପଡା, କିର୍ମିରା ବ୍ଲକର ମାଲୁଆପଡା, ନକ୍ସାପାଲି, କୁଟାଚୁଆଁ, ଲଖନପୁର ବ୍ଲକର ପିପିଲିମାଲର କିଛି ଅଂଚଳକୁ କଣ୍ଟେନମେଣ୍ଟ କରାଯାଇଛି। ଏଥି ସହିତ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ୫ ତାରିଖଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ।
ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍
/sambad/media/post_attachments/wp-content/uploads/2021/04/contenment-zone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)