ସୁବର୍ଣ୍ଣପୁର: କଣ୍ଟେନମେଣ୍ଟ ଜୋନ୍‌ ଭାଙ୍ଗିଦେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ କଲେ ସରପଂଚ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା ଥାନା ଅଂଚଳରେ ଦୁର୍ବୃତ୍ତମାନେ ଏକ କଣ୍ଟେନମେଣ୍ଟ ଜୋନ୍‌କୁ ଭାଙ୍ଗି ଦେଇଛନ୍ତି। ସୁବଳୟା ପଞ୍ଚପଞ୍ଚାୟତର ଟିକ୍ରାପଡା ଗ୍ରାମରୁ ପ୍ରାୟ ୪୦ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ତରଫରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଏଠାକୁ ପ୍ରବେଶ ବାରଣ କରାଯାଇଥିଲା। କିନ୍ତୁ କିଛି ଦୁର୍ବୃତ୍ତ ଶୁକ୍ରବାର ରାତିରେ କଣ୍ଟେନମେଣ୍ଟ ଜୋନ୍‌ରେ ବ୍ୟବହୃତ ସମସ୍ତ ବାଉଁଶ ନେଇଯିବା ସହ ଅନେକ ଗୁଡାଏ ଜିନିଷ ଭାଙ୍ଗି ଦେଇଛନ୍ତି। ଏହା ଜାଣିବା ପରେ ସୁବଳୟା ସରପଞ୍ଚ ଲିଲି ପାତ୍ର ସୁବଳୟା ଥାନା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। ଏଏସ୍‌ଆଇ ମଘା ବାରିକ ଅଧିକ ତଦନ୍ତ ଚଳାଇଛନ୍ତି । ଅନ୍ୟପଟରେ କୋଭିଡ଼ ନିୟମକୁ ଉଲ୍ଳଙ୍ଘନ କରି ଯେଉଁ ଅସାଧୁ ଲୋକମାନେ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣ ଦାବି ହେଉଛି।

ସମ୍ବନ୍ଧିତ ଖବର