ବାଲେଶ୍ୱର ସହର ନୀଳିଆବାଗ କଣ୍ଟେନମେଣ୍ଟ ଜୋନ ଅବଧି ବଢ଼ିଲା ଆଉ ୭ ଦିନ

ବାଲେଶ୍ୱର: ବାଲେଶ୍ୱର ସହର ନୀଳିଆବାଗ କଣ୍ଟେନମେଣ୍ଟ ଜୋନ ଅବଧି ଆହୁରି ୭ ଦିନ ବଢ଼ିଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି । ଏସଂପର୍କିତ ଏକ ବିଜ୍ଞପ୍ତି ଜାରି କରି ଜିଲ୍ଲା ପ୍ରଶାସନ କହିଛି, କଣ୍ଟେନମେଣ୍ଟ ଜୋନ ଅବଧି ମେ’ମାସ ୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ଏହି ଅଞ୍ଚଳରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ଏବେ ଏହି ଅଞ୍ଚଳରେ ଲୋକଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି । ଲୋକମାନଙ୍କୁ ଘର ଭିତରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ୨ଟି କଣ୍ଟେନମେଣ୍ଟ ଜୋନ ରହିଛି । ଏଥିରେ ନୀଳିଗିରିର ବରହମପୁର ଥାନା ଅନ୍ତର୍ଗତ ରିଗିଡି ଗାଁ ।

ସମ୍ବନ୍ଧିତ ଖବର