ବାଲେଶ୍ୱର: ନୀଳିଆବାଗରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍

ବାଲେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବାଲେଶ୍ବର ସହର ନୀଳିଆବାଗ ଅଞ୍ଚଳବାସୀ ୨୦ ଦିନ କଣ୍ଟେନମେଣ୍ଟ ଜୋନ୍ ଭିତରେ ରହିଆସିଲେଣି। ଲଗାତର ୩ଟି ପର୍ଯ୍ୟାୟରେ ଏହି ଅଞ୍ଚଳ କଣ୍ଟେନମେଣ୍ଟ ହେବା ସହ ଏହା ଭିତରେ ନୀଳିଆବାଗରୁ ଆଉ କରୋନା ଆକ୍ରାନ୍ତ ନ ବାହାରିବା ସାରା ସହର ପାଇଁ ଏକ ଶୁଭ ସଂକେତ ଦେଇଛି। ତେବେ ପ୍ରଶାସନ କଣ୍ଟେନମେଣ୍ଟ ଉଠାଇ ଦେଇଛି ।

ଏପ୍ରିଲ ୧୮ ତାରିଖରେ ବାଲେଶ୍ବର ସହରର ନୀଳିଆବାଗ ଅଞ୍ଚଳରୁ ଚିହ୍ନଟ ହୋଇଥିଲେ ରାଜ୍ୟର ୬୧ତମ ଓ ଜିଲ୍ଲାର ପ୍ରଥମ କରୋନା ରୋଗୀ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ, ଆକ୍ରାନ୍ତ ବ୍ୟକ୍ତି ଜଣକ ନିଜ ଅଲକ୍ଷ୍ୟରେ ମହାମାରୀ ଭୂତାଣୁର ବାହକ (ସୁପର ସ୍ପ୍ରେଡର୍) ସାଜି ଏକାଧିକ ଲୋକଙ୍କୁ ସଂକ୍ରମିତ କରିଥିଲେ। ଯେଉଁଥି ପାଇଁ ନୀଳିଆବାଗ ଅଞ୍ଚଳରୁ ଜଣେ ଜଣେ କରି ଏମିତି ୧୩ ଜଣ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ କେବଳ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ହୋଇଥିବା ବେଳେ ଅନ୍ୟମାନେ ତାଙ୍କ ଘରର ଆଖପାଖ ଲୋକ ଓ ସମ୍ପର୍କୀୟ ଅଛନ୍ତି। ସଂକ୍ରମଣ ହାର ତୀବ୍ରତାକୁ ଦେଖି ଜିଲ୍ଲା ପ୍ରଶାସନ ବାଲେଶ୍ଵର ଜିଲ୍ଲାକୁ ୬୦ଘଣ୍ଟା ସଟଡାଉନ୍ କରିବା ସହ ୩ଟି ପର୍ଯ୍ୟାୟରେ ଯଥାକ୍ରମେ ୧୮ ରୁ ୨୫ ଏପ୍ରିଲ, ଏହାପରେ ୨୫ରୁ ୨ ମେ ଓ ପୁଣି ଏହାକୁ ଜିଲ୍ଲାପାଳ ୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ସମ୍ବନ୍ଧିତ ଖବର