ଲୋକଙ୍କ ଇଚ୍ଛା ଶକ୍ତି ଓ ନିରନ୍ତର ଉଦ୍ୟମରେ ହିଁ କଳାହାଣ୍ଡିର ବିକାଶ ସମ୍ଭବ: ଡିଆଇଜି ସତ୍ୟବ୍ରତ ଭୋଇ

ଚାଲ ଦେଖମା ଆମର କଳାହାଣ୍ଡି-୪ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ସମ୍ବଳର ଅଭାବ ନାହିଁ। ଲୋକଙ୍କ ଇଚ୍ଛା ଶକ୍ତି ଓ ନିରନ୍ତର ଉଦ୍ୟମରେ ହିଁ କଳାହାଣ୍ଡିର ବିକାଶ ସମ୍ଭବ ହୋଇପାରିବ। ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ନିଜର ଆଥିର୍କ ସ୍ଥିତି ଓ ରୋଜଗାର ମାଧ୍ୟମକୁ ସୁଦୃଢ଼ କରିପାରିବେ। କୃଷି ଓ ଉଦ୍ୟୋଗ ନିମନ୍ତେ ଲୋକେ ମଧ୍ୟମ କରି ଜୀବନ ଜୀବିକାକୁ ସୁଦୃଢ଼ କରିପାରିବେ ବୋଲି ‘ସମାଚାର ଜଷ୍ଟ କ୍ଲିକ୍‌’ ପକ୍ଷରୁ ଆୟୋଜିତ ଚାଲ ଦେଖମା ଆମର କଳାହାଣ୍ଡି-୪ ୱେବିନାରରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ  ଦକ୍ଷିଣାଞ୍ଚଳର ରେଞ୍ଜର ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ ଉଦବୋଧନ ଦେଇ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ କୋଲକୋତା ଇଣ୍ଡିଆ ପାୱାର କମ୍ପାନିର ସିନିୟର ଭାଇସ ପ୍ରେସିଡେଣ୍ଟ ତଥା ମାନବ ସମ୍ବଳ ମୁଖ୍ୟ ପ୍ରକାଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଥିଲେ ଯେ, ନୂତନ ଚିନ୍ତାଧାରା ନୂଆ ଉଦ୍ୟୋଗର ଜନ୍ମଦାତା ଅଟେ। ଜଣେ ଉଦ୍ୟୋଗୀ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରିବା ସହିତ ରାଷ୍ଟ୍ର ଗଠନରେ ଯୋଗଦାନ ଦେଇପାରିବେ। କଳାହାଣ୍ଡି ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଅକ୍ଷୟ ଉର୍ଜା ଏବଂ ପର୍ଯ୍ୟଟନର ପ୍ରଚୁର ସମ୍ଭାବନା ରହିଛି। ଏହାର ବିକାଶରେ ଜିଲ୍ଲାର ବିକାଶ ହେବା ସହିତ ଲୋକଙ୍କ ପାଇଁ ରୋଜଗାର ମିଳିପାରିବ।

ପୂର୍ବତନ ଆରବିଆଇ ଓ ଆର୍ନ୍ତଜାତିକ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଆର୍ତ୍ତେନ୍ଦୁ କୁମାର ମୁଣ୍ଡ ଯୋଗ ଦେଇ ଜିଲ୍ଲାରେ ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ଏହାଦ୍ଵାରା ଜିଲ୍ଲାର ଆର୍ଥିକ ଓ ସାମାଜିକ ସ୍ତରରେ ପଛୁଆ ଥିବା ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ସହାୟକ ହୋଇପାରିବ। ଜିଲ୍ଲାରେ ଅଣଧାନ ଚାଷର ପ୍ରୋତ୍ସାହନ ଦ୍ଵାରା ଆଥିର୍କ ସ୍ଥିତି ସ୍ୱଚ୍ଛଳ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଆର୍ନ୍ତଜାତିକ ଫ୍ୟାସନ ଡିଜାଇନର ସୁଜିତ କୁମାର ମେହେର କଳାହାଣ୍ଡିର ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ସମୟ ଆସିଛି। ଜିଲ୍ଲାର ଟେକ୍ସଟାଇଲ ଓ ଫ୍ୟାସନ ଡିଜାଇନକୁ ଗୁରୁବ ଦେବା ପାଇଁ ଆବଶ୍ୟକତା ରହିଛି ।  ତେଣୁ ଏହାର ପ୍ରୟାସ କରା ନଗଲେ ଚିଚେଇଗୁଡ଼ାର ହାବସପୁରୀ ପାଟଶାୀ ଇତିହାସ ପାଲଟିବ ବୋଲି କହିଥିଲେ।

ଅତିଥି ଭାବରେ ଯୋଗ ଦେଇ ବିବିଧତା ମଧ୍ୟରେ ଏକତା ପାଇଁ ସଂସ୍କୃତିର ବଡ଼ ଭୂମିକା ରହିଛି ବୋଲି ଆର୍ନ୍ତଜାତିକ ବଂଶୀବାଦକ ହିମାଂଶୁ ନନ୍ଦ କହିଥିଲେ। ତେଣୁ ସଂଗୀତର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱ ରହିଛି। ତେଣୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସଂଗୀତର ଏକ ସ୍ୱତନ୍ତ୍ର ବିଭାଗ ଖୋଲା ଗଲେ ଛାତ୍ରଛାତ୍ରୀମାନେ ସଂଗୀତର ଅଧିକ ଗବେଷଣା ପାଇଁ ଆଗ୍ରହ ସୃଷ୍ଟି ହୋଇପାରନ୍ତା। ବିଶିଷ୍ଟ ଗାୟିକା ସଂଗୀତା ରାଉତ ପ୍ରାରମ୍ଭରେ ନିଜର କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ।

ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଲେଖିକା ପ୍ରଫେସର ଡଃ. ଯଶୋଧରା ମିଶ୍ର, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ମଞ୍ଚଶିଳ୍ପୀ ପ୍ରଭାସ ଚନ୍ଦ୍ର ମିଶ୍ର, ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ଘୁମୁରା ଶିଳ୍ପୀ ଭାବରେ ପୁରସ୍କାର ମନୋନୀତ ହୋଇଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରାଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରଗତି ଗ୍ରୁପ ଅଫ ଇନଷ୍ଟିଟ୍ୟୁସନର ଇଂ. ଅଜୟ କୁମାର ପଣ୍ଡା ଓ ହରିପ୍ରୀୟା ରିଫ୍ରାକ୍ଟୋରିଜ ପ୍ରାଇଭେଟ ଲିମିଟେଡ଼ର ବିଭୁ ପ୍ରସାଦ ସାହୁ ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ଥିଲେ। ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀର ନିରଞ୍ଜନ ମହାପାତ୍ର ବୈଷୟିକ ସହାୟତା ପ୍ରଦାନ କରିଥିଲେ। ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର