ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ପକ୍ଷରୁ ଆଜି ୮୨ ଏକର ପରିମିତ ଜଙ୍ଗଲ ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ତଳଦଣ୍ଡିକିଆ ପଞ୍ଚାୟତ ସ୍ଥିତ ମନୁଆବାଡ଼ି, ମୁଣ୍ଡାସାହି ଓ ଡିଙ୍ଗିମାହା ଗ୍ରାମର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିଲା।
ଫିରିଙ୍ଗିଆ ଥାନାଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏସଆଇ ଅଜୟ କୁମାର ସାହୁ, ଏଏସ୍ଆଇ ପ୍ରମୋଦ କୁମାର ପ୍ରଧାନ, ଏଏସ୍ଆଇ ପ୍ରିୟରଞ୍ଜନ ନାଏକ ହୋମଗାର୍ଡ଼ ଓ ପୁଲିସ ଟିମ୍ ଏବଂ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ଅନାମିକା ପାଣ୍ଡେଙ୍କ ସମେତ ଏକ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ଫିରିଙ୍ଗିଆ ଥାନାରେ କେସ୍ ନମ୍ବର ୭/୨୪ ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/16ef6792-ed08-4a8e-a1de-da8420a985d3.jpeg)