କରୋନା ପରେ ମାଫିଆଙ୍କୁ ଶୀତ ଆଣିଛି ସୁଯୋଗ; ୨୨ କିଲୋ ଗଂଜେଇ ଜବତ,୨ ଗିରଫ

ଫୁଲବାଣୀ: କରୋନା ପରେ ଶୀତ ଆଣିଛି ଗଂଜେଇ ମାଫିଆଙ୍କ ପାଇଁ ପୁଣି ସୁଯୋଗ। କନ୍ଧମାଳରୁ ଭୁବନେଶ୍ବର ଗଂଜେଇ ଚାଲାଣ କରିବାକୁ ଉଦ୍ୟମ ସମୟରେ ଅବକାରୀ ଟିମ୍ ପହଞ୍ଚି ଗଂଜେଇ ଜବତ କରିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଫିରିଙ୍ଗିଆ ଥାନା କାଳିପଙ୍ଗାର ପାଇକ ସାହୁ ଓ ପଲସପଦରର ବିଦୁର ନାୟକ। ଦୁହେଁ ଭୁବନେଶ୍ବରକୁ ନେବା ପାଇଁ ୨୨ କିଲୋ ଗଂଜେଇ ଧରି କାଳିପଙ୍ଗା ଛକରେ ବସକୁ ଅପେକ୍ଷା କରିଥିଲେ।

କୌଣସି ସୁତ୍ରରୁ ଖ୍‌ବର ପାଇ ଫୁଲବାଣୀ ଅବକାରୀ ଇନସପେକ୍ଟର ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ବରେ ଟିମ ସେଠାରେ ପହଞ୍ଚି ଯାଇଥିଲା। ଗଂଜେଇ ଜବତ କରିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ବଡଦିନ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାରେ ଲାଗିଛି ପୁଲିସ ବାହିନୀ। ଯେଉଁଥି ପାଇଁ କିଛି ଦିନ ହେଲା ଗଂଜେଇ ଗଛ କଟା ବନ୍ଦ ରହିଛି। ଆଉ ସଂପ୍ରତି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ଭୟରେ କେହି ବି ପଦାକୁ ବାହାରୁ ନାହାନ୍ତି। ଏହାର ସୁଯୋଗରେ ଗଂଜେଇ ମାଫିଆ ବେଶ ସକ୍ରିୟ ହୋଇ ପଡିଛନ୍ତି।

କରୋନା ସମୟରେ ମାଫିଆ ସକ୍ରିୟ ହୋଇ ପଡିଥିଲେ। ପୁଲିସ କଟକଣା ପାଇଁ ବ୍ୟସ୍ତ ରହିଥିବା ବେଳେ ମାଫିଆ ବେଶ ସକ୍ରିୟ ଥିଲେ। ଦିନ ହେଉ କି ରାତି। ନିର୍ବିଘ୍ନରେ ବିଭିନ୍ନ ଉପାୟରେ ଏଠାରୁ ବାହାରକୁ ଗଂଜେଇ ଚାଲାଣ କରିବାରେ ସଫଳ ହୋଇଥିଲେ। ଏବେ ଶୀତ ଆଣିଛି ସେମାନଙ୍କ ପାଇଁ ବଡ ସୁଯୋଗ। ପୁଣି ଗଂଜେଇ ଚାଲାଣ ପାଇଁ ମାଫିଆ ପୁଣି ସକ୍ରିୟ ହୋଇଥିବାରୁ ଏ ଦିଗରେ ପୁଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

 

 

ସମ୍ବନ୍ଧିତ ଖବର