ରାଉରକେଲା: ଆଜି ପୁଣି ଦୁଇ ଜଣ ଗଞ୍ଜେଇ ଚୋରାଚାଲାଣକାରୀ ପୁଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସ୍ଥାନୀୟ ଗୋପବନ୍ଧୁପଲ୍ଲୀର ଶ୍ୟାମ ବିହାରୀ ଯାଦବ ଓ ପଶ୍ଚିମବଙ୍ଗ ମୁର୍ସିଦାବାଦର ରଫିକୁଲ ଯାଦବ। ଅଭିଯୁକ୍ତମାନଙ୍କଠାରୁ ୨୪ କେଜି ୪୧୧ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହାସହ ନଗଦ ୧୨ ଶହ ଟଙ୍କାକୁ ପୁଲିସ ଜବତ କରିଛି। ପ୍ଲାଣ୍ଟ୍ସାଇଟ୍ ପୁଲିସ ଉଭୟଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।
ପୁଲିସ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ରଫିକୁଲ କୋରାପୁଟ୍ରୁ ଗଞ୍ଜେଇ କିଣି ସ୍ଥାନୀୟ ଗୋପବନ୍ଧପଲ୍ଲୀରେ ରହୁଥିବା ନିଜ ସହଯୋଗୀ ଶ୍ୟାମବିହାରୀ ଘରକୁ ଆଣିଥିଲା। ସେଠାରୁ ଅଭିଯୁକ୍ତ ରଫିକୁଲ ବସ୍ରେ ଗଞ୍ଜେଇ ଧରି ରାଞ୍ଚିକୁ ନେଇଥାନ୍ତା। ଏଣୁ ବସ୍ ଧରିବାକୁ ଉଭୟ ରଫିକୁଲ ଓ ଶ୍ୟାମବିହାରୀ ଘରୁ ବସଷ୍ଟାଣ୍ଡ୍ ଅଭିମୁଖେ ବାହାରିଥିଲେ। ଏନେଇ ପୁଲିସ ସୂଚନା ପାଇ ଉଭୟଙ୍କୁ ଗିରଫ କରିବାକୁ ଜାଲ ବିଛାଇଥିଲା। ବସଷ୍ଟାଣ୍ଡ୍ ଯିବା ରାସ୍ତାରେ ହିଁ ପୁରୁଣା ଷ୍ଟେସନ ରୋଡ୍ ଗଣେଶ ମଇଦାନ ଛକ ପାଖରେ ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ ଗିରଫ କରିନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/7f14a08e-64a7-419d-819a-8791fa58ec93.jpg)