ଦାମନଯୋଡି ଷ୍ଟ‌େସନରୁ ଚାଲାଣ ହେଉଥିଲା ଗଞ୍ଜ‌େଇ, ଜଣେ ଗିରଫ 

କୋରାପୁଟ: ସଡକପଥରେ କୋରାପୁଟ ପୁଲିସ ଧରପଗଡ କରୁଥିବାରୁ ଟ୍ରେନ ମୁହଁ ହୋଇଛନ୍ତି ଗଞ୍ଜ‌େଇ ଚୋରା ଚାଲାଣକାରୀ। ଆଜି ରେଳବାଇ ସୁରକ୍ଷା ପୁଲିସ ଦାମନଯୋଡି ଷ୍ଟ‌େସନରୁ ଜଣଙ୍କୁ ୧୪.୭୫୦ କିଲୋଗ୍ରାମ ଗଞ୍ଜ‌େଇ ଚାଲାଣ ଅଭିଯୋଗରେ ଗିରଫ କରି କୋରାପୁଟ ଜିଆରପିଏସକୁ ହସ୍ତାନ୍ତର କରିଛି। ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ବିହାର ଚମ୍ପାରନ ଜିଲ୍ଲା ବେଫିଆ ଗାଁର ପ୍ରଭୁ ତିୱାରୀଙ୍କ ପୁଅ ସୋନୁ କୁମାର (୨୨)।

ମିଳିଥିବା ସୂଚନା ମୁତାବକ ଗତକାଲି ଦିନରେ କୋରାପୁଟରୁ ଭୁବେନଶ୍ବରକୁ ଯାଉଥିବା ଟ୍ରେନରେ ଏହି ଯୁବକ ଜଣକ ଏକ ଭାରି ବ୍ୟାଗ୍‌ ନେଇଯାଉଥିବା ଆରପିଏଫ ଇନିସପେକ୍ଟରଏ.ବେହେରା, ଏସଆଇ ପି ନାୟକ, ଏଏସଆଇ ବି.ଏ. ରାଓ, ଏଚସି କେକେ ରାଜୁ, କେ‌ଏସ ପ୍ରକାଶ ଦେଖିବାକୁ ପାଇଥିଲେ। ଏନେଇ ପଚରାଉଚୁରା କରିବା ପରେ ଦାମନଯୋଡି ଅଞ୍ଚଳରୁ ଗଞ୍ଜ‌େଇ  ନେଇ ବିହାରକୁ ଯାଉଥିଲା। ଏହି ସମୟରେ ଆରପିଏଫ ମାଡି ବସିଥିଲା। ପରେ ସହକାରୀ ଜିଲ୍ଲାପାଳ ସୁଜିତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଜବତ କରାଯାଇଥିଲା। ଏହାସହ ଜିଆରପିକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର