ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ରସ୍କା ଛକ ଠାରେ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରବୀର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚଢ଼ାଉ ହୋଇଛି। କାର୍‌ ଭିତରୁ ୩୫ କିଲେ ଗଂଜେଇ ଜବତ କରାଯାଇଛି। ଅଭିଯୁକ୍ତ ହେଲେ ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଅନ୍ତର୍ଗତ ଖଦାରମୁଣ୍ଡାର ରଜତ୍ କୁମାର ନାଏକ (୩୧)।

Advertisment

ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳକୁ ଏକ କାର୍ (ଜେଏଚ୍ ୦୧-ବି ଏସ୍କ ୭୦୦୦)ରେ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଆରକ୍ଷୀ ଅଧିକ୍ଷକଙ୍କ ଶ୍ରୀ ସାମଲଙ୍କ ସହିତ ରେଞ୍ଜ ଇନ୍ସପେକ୍ଟର ପ୍ରକାଶ କୁମାର ସା, ବୀରମହାରାଜପୁର ଅବକାରୀ ଥାନା ଅଧିକାରୀ ଭିକ ଓରାମ, ଏଏସଆଇ ପୃଥିରାଜ କଅଁର, ପିଣ୍ଟୁ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଚୋରା ଚାଲାଣ ହେଉଥିବା ଗାଡିକୁ ଜବତ୍ କରିଥିଲେ। ଗାଡ଼ି ଭିତରକୁ ଦୁଇଟି ଜରି ବ୍ୟାଗ୍ ଭିତରୁ ୩୫ କେଜି ଗଂଜେଇ ସହିତ ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ୍ କରିଥିଲା ଅବକାରୀ ବିଭାଗ। ଅଭିଯୁକ୍ତ ହେଉଛି ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଅନ୍ତର୍ଗତ ଖଦାରମୁଣ୍ଡାର ରଜତ୍ କୁମାର ନାଏକ (୩୧) ବର୍ଷ। ବୀରମହାରାଜପୁର ଅବକାରୀ ଥାନା କେସ ନମ୍ବର ୩୬/୨୦୨୪/୨୫ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ଅବକାରୀ ବିଭାଗ । ମାନ୍ୟବର କୋର୍ଟ ଅଭିଯୁକ୍ତର ଜାମିନ ଆବେଦନ ନାମଞ୍ଜୁର କରିଦେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଅବକାରୀ ବିଭାଗ ତରଫରୁ ଦୁଇ ଦିନ ପୂର୍ବରୁ ବୀରମହାରାଜପୁର ଅବକାରୀ ବିଭାଗର ତରଫରୁ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଜବତ୍ କରାଯାଇଥିଲା । ବିଶେଷ ଭାବରେ ଏବେ ଗଞ୍ଜେଇ ଚୋରା ଚାଲାଣ ଜାମିନ ଗାଡିରେ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।