ଉମରକୋଟ: ଆଜି ଭୋର ସକାଳୁ ନବରଂଗପୁର ଜିଲ୍ଲା ଉମରକୋଟ ପୁଲିସ ପୁରୁଣା ବସଷ୍ଟାଣ୍ଡ ଠାରୁ ୨ ଟି ଡ୍ରମ ଓ ୨ ଟି ସୁଟକ୍ୟାସରୁ ଗଞ୍ଜେଇ ଜବତ କରିଛି। ଜବତ ଗଂଜେଇଣ ଓଜନ ୬୧ କିଲୋଗ୍ରାମ ହେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି।
ଗଂଜେଇକୁ ଆଜି ଏକ ଘୋରୋଇ ବସରେ ଛତିଶଗଡ଼ ଚାଲାଣ ପାଇଁ ଯୋଜନା ହେଇଥିବା ପୁଲିସ ଅନୁମାନ କରୁଛି। ରାୟପୁରରୁ ଜୟପୁର ଯାଉଥିବା ଘୋରୋଇ ବସରେ ସାମଗ୍ରୀ ଓହ୍ଲାଇବାକୁ ନେଇ ଖଲାସୀ ଓ ଏହାର ମାଲିକ ମଧ୍ୟ ରେ ଯୁକ୍ତି ତର୍କ ହେଇଥିଲା। ସକାଳ ୪ ଟା ସମୟରେ ଉକ୍ତ ବ୍ୟକ୍ତି କୌଣସି ମତେ ଫୋନ ନମ୍ବର ପାଇ ପୁଲିସ୍ ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢ଼ୀଙ୍କୁ ଯୋଗାଯୋଗ କରିଥିଲା। ଶ୍ରୀ ପାଢ଼ୀଙ୍କ ନିର୍ଦ୍ଦେଶରେ ସାଙ୍ଗେସଙ୍ଗେ ପୁଲିସ ଦଳ ବସଷ୍ଟାଣ୍ଡ ଠାରେ ପହଞ୍ଚିଯାଇଥିଲେ। ହୁଏତ ଏସବୁ ଦେଖିକି ଚାଲାଣକାରୀ ଡରି ଗଞ୍ଜେଇ ଛାଡ଼ି ପଳାଇଥିବା ପୁଲିସ ଅନୁମାନ କରୁଛି। କାରଣ ଏହି ସମୟରେ ଆରୋହୀ ବିଶାଖାପାଟଣାରୁ ଏକ ଘରୋଇ ବସଟି ଛତିଶଗଡ଼ର କୋଣ୍ଡ।ଗାଁ ଯାଇଥାଏ। ଏହି ବସରେ ଗଞ୍ଜେଇ ଚାଲାଣ ହେଇଥାନ୍ତା ବୋଲି ଅନୁମାନ କରାଯାଉଛି।
ଅପରପକ୍ଷେ ଉମରକୋଟ ରେ ବାରମ୍ବାର ଚୋରି ଘଟଣା ଘଟୁଥିବାରୁ ପୁଲିସର ରାତ୍ରକାଳୀନ ପେଟ୍ରୋଲି ନଂ କଡାକଡି ହେଉଥିବାରୁ ଏହା ମଧ୍ୟ ଏକ କାରଣ ହେଇପାରେ ବୋଲି ପୁଲିସ ସନ୍ଦେହ କରିଛି। ପୁଲିସ ଉମରକୋଟ ଥାନା କେସ ନ ୮/୨୦ ରେ ମକଦ୍ଦମା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/8de08b4c-f6e8-476b-ab57-6d8a40e49945.jpg)