୭୨ କିଲୋ ଗଂଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗ ଦ୍ବାରା ଚଢାଉ କରାଯାଇ ଗଂଜେଇ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ ଏମଭି-୮ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଅଟୋରେ ଗଂଜେଇ ଲଦା ହୋଇ ଏମଭି-୭ ଗ୍ରାମକୁ ଯାଉଥିବା ଅବକାରୀ ବିଭାଗ ଜାଣିପାରି ଅଟୋକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୭୨ କିଲୋ ଗଂଜେଇ ଜବତ ହୋଇଥିଲା। ଓଆର-୧୦ ଏଫ ୨୦୯୪ ନମ୍ବର ବିହୀନ ଅଟୋକୁ ଜବତ କରିବା ସହ ଏମଭି-୫୦ ଗ୍ରାମର ଅମିତ ମଣ୍ଡଳକୁ ଗିରଫ କରାଯାଇଛି।ଆସାମୀକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ଏହି ଚଢାଉରେ ଇନସପେକ୍ଟର ଗଂଗା ପାଇକରାୟ,ଏଏସଆଇ ଦିନେଶ କୁମାର, କନେଷ୍ଟବଲ କାହ୍ନୁଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର