୩୦ ଲକ୍ଷ ଟଙ୍କାର ଗଞ୍ଜ‌େଇ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟରୁ ରାଉରକେଲାକୁ ଗଞ୍ଜେଇ ଚାଲାଣ ବେଲେ ଜୟପୁର ସଦର ପୁଲିସ ଗୋଟିଏ ଟ୍ରକ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାଖାପାଖି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ସୁନ୍ଦରଗଡ ଜିଲ୍ଲା ରାଉରକେଲା ତିଳକଣାଗ୍ରାମର ସୁରଜ ଯାଦବ(୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ୧୫୦୦ ଟଙ୍କା, ଗୋଟିଏ ମୋବାଇଲ ଓ ଟ୍ରକ (ଓଆର ୧୦ ପି ୮୦୫୧) ଜବତ ହୋଇଛି।

ମିଳିଥିବା ସୂଚନା ମୁତାବକ ୭ ତାରିଖ ଦିନ ୪ଟା୩୦ ବେଳେ କୋରାପୁଟରୁ ସୁନ୍ଦରଗଡକୁ ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲେ ସଦର ଓଆଇସି ଆଦିତ୍ୟ ମହାକୁର। ଥାନାର ଏସଆଇ ପି.କେ ମହାନ୍ତିଙ୍କ ସହ ଏକ ଦଳ ଏହି ଟ୍ରକକୁ ଜୟପୁର ଘାଟି ନିକଟ ଶିବ ମନ୍ଦିର ନିକଟରେ ଠାବ କରିଥିଲା। ମାଜିଷ୍ଟ୍ର‌େଟଙ୍କ ଉପସ୍ଥିତିରେ ତନଖୀ କରାଯିବା ପରେ ସେଥିରୁ ପାଖାପାଖି ୪୨୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ପରେ ତାଙ୍କୁ ପଚରାଉଚୁରା କରିବା ପରେ ଏହି ଯୁବକ ଜଣକ କୋରାପୁଟ ଜିଲ୍ଲାରୁ କିଣିଥିବାବେଳେ ନିଜେ ଡ୍ରାଇଭିଂ କରି ରାଉରକେଲାକୁ ‌ଚାଲଣ କରୁଥିବା ମାନିଥିବା କହିଛନ୍ତି ଓଆଇସି ଆଦିତ୍ୟ ମହାକୁର।

 

ସମ୍ବନ୍ଧିତ ଖବର