ଜୟପୁର: ଗଂଜେଇ ଚାଲାଣକାରୀ ମାନେ ପୁଲିସ ଆଖିରେ ଧୂଳି ଦେଇ ଗଂଜେଇ ଚାଲାଣ କରିବା ପାଇଁ ସବୁ ବେଳେ ନୂଆ ତଥା ଅଭିନବ ଚିନ୍ତା କରୁଛନ୍ତି। କିଏ ପିଚୁ ବୋଝଇ ଟ୍ରକ ତ ଆଉ କିଏ ଅଦା, କାଜୁ ଡ଼ବା , ପରିବା ଭ୍ୟାନଆଦିରେ ବି ଚାଳାଣ କରୁଛନ୍ତି ଗଂଜେଇ। ତେବେ ଠିକଣା ସମୟରେ ପୁଲିସକୁ ସୂଚନା ମିଳିବା ପରେ ସବୁ ପ୍ଲାନ୍ ଫେଲ୍ ମାରୁଛି ଏବଂ ଚାଳାଣକାରୀ ବି ଧରା ପଡ଼ୁଛନ୍ତି। ଏପରି ଘଟଣାକ୍ରମରେ ଗୋଟିଏ ସିଏଜ୍ କାର ନଂ ଏକ ଭ୍ୟାନ (ଓଡି-୧୫ପି-୬୨୨୮)ରେ ୫୦କିଲୋ ଗଂଜେଇ ଲମତାପୁଟରୁ ସମ୍ବଲପୁର ନେଇ ଯାଉଥିବା ବେଳେ ଜୟପୁର ସଦର ପୁଲିସ ହାତରେ ଧରା ପଡ଼ିଛି। ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଏ ନେଇ ସୂଚନା ପାଇ ସବଇନିସପେକ୍ଟର ପିକେ ମହାନ୍ତିଙ୍କୁ ନେଇ ପାତ୍ରପୁଟ ଛକ ନିକଟରେ ଅପେକ୍ଷା କରି ରହିଥିଲେ। କାରର ପଛ ଡିକିକୁ ଯାଂଚ କରିବାରେ ଏଥିରେ ଥିବା ଷ୍ଟେଫିନ୍ ଟାୟର ମଧ୍ୟରେ ଗଂଜେଇ ପ୍ୟାକେଟ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଥିଲା। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ ଗଂଜେଇ ବାହାର କରି ଓଜନ କରିଥିଲେ। ଜବତ ଗଂଜେଇ ୫୦ କିଲୋ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫ଲକ୍ଷ ହେବ ବୋଲି ସଦରଥାନା ଅଧିକାରୀ କହିଛନ୍ତି।
/sambad/media/post_attachments/wp-content/uploads/2021/04/jpr-ganjeiee-jobath-4-1024x475.jpg)
ଏହି ମାମଲାରେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲ୍ଲା ମଚିମପୁଟ ଥାନା ଲଛିମପୁର ଧାନୁ ଖିଲ୍ ଓ ସମ୍ବଲପୁର ଥାନା ଅଁଇଟାପଲ୍ଲୀ ବୁଢ଼ାରାଜା ଜଗନ୍ନାଥ କଲୋନୀର ହାରେଶ ରଂଜନ ହୋତାଙ୍କୁ ଗିରଫ କରାଯାଇଛି। ଚାଲାଣ କରାଯାଉଥିବା କାରକୁ ବି ଜବତ କରାଯିବା ସହ ଏମାନଙ୍କ ନିକଟରୁ ଆଉ ୩ଟି ମୋବାଇଲ ଫୋନ ବି ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-ganjeiee-jobath-2a.jpg)