ରାଇରଙ୍ଗପୁର/ଜାମଦା: ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଦୁନ୍ଦୁ ଗ୍ରାମର ଭଡାଘରେ ଶୁକ୍ରବାର ରାତି ୮ଟା ପାଖାପାଖି ସମୟରେ ଜନୈକ ପେଟି ବେଙ୍ଗଲି ମୁର୍ଷିଦାବାଦର ଠିକାଦାର କବାଟ କିଳି ପ୍ଲାଷ୍ଟିକ ରଶିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ଖବର ପାଇ ତିରିଂ ଥାନା ଆଇଆଇସି ମାଡାମ ଘଟଣା ସ୍ଥଳରେ ପହଞ୍ଚି ଘର କବାଟ ସମାଜସେବୀ ତଥି ବିଜେପି ପ୍ରେସିଡେଣ୍ଟ ଆନୁଆରଲ ହକ୍ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ଶନିବାର ଦିନ ସକାଳେ ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଶବ ବ୍ଯବଛେଦ ପାଇଁ ପଠାଯାଇଥିବା ସୁଚନା ଓ ଏକ ନୂତନ ଅପମୃତ୍ଯୁ ମାମଲା ରୁଜୁ କରିଛି । ସୁଚନା ଅନୁଯାଇ ସେ କିଡନୀ ଓ କେନସର ରୋଗାକ୍ରାନ୍ତ ସେ ଅସହ୍ୟ ହେବାରୁ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛି। ଘଟଣାର ତଦନ୍ତ କରୁଛି ।ମୃତକର ନାମ ଆନିରୁଲ ସେକ(୪୫) ,ଘର ପଶ୍ଚିମବଙ୍ଗର ମୁର୍ଷିଦାବାଦ ।ସେ ଦୁନ୍ଦୁ ଗ୍ରାମର ସଲିମ ମାଷ୍ଟର ଘରେ ଭଡା ରହି ଆଖପାଖ ଅଞ୍ଚଳରେ ଘର ନିର୍ମାଣ କରୁଥିଲେ । ଏନେଇ ବହଳଦା ଥାନାରେ କେସ ନଂ ୧୦/୨୦ ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।
ରଶି ଲଗାଇ ଜୀବନ ହାରିଲେ ମୁର୍ଷିଦାବାଦ ଠିକାଦାର
/sambad/media/post_attachments/wp-content/uploads/2020/06/nationalherald_2020-05_fffa274d-e6e0-41f0-b536-48b80974b588_suicide_750x430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)