ଶିଖପାଲୀ ବାଦାମ ମଣ୍ଡିରେ ଉତ୍ତେଜନା, ଚାଷୀଙ୍କ କିଲେ ବି ବାଦାମ ଉଠୁ ନାହିଁ

ମାଲକାନଗିରି : ମାଲକାନଗିରି ମାଲକାନଗିରି ଜିଲ୍ଲା ଶିଖପାଲୀ ବାଦାମ ମଣ୍ଡିରେ ଚାଷୀଙ୍କ ଉତ୍ତେଜନା ଦେଖାଦେଇଛି । ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଚାଷୀଙ୍କ ବାଦାମ ହୋଇପାରୁନି ବିକ୍ରି। ଯାହାକୁ ନେଇ ଉତ୍ତେଜିତ ହୋଇଥିଲେ ଚାଷୀ।ଶିଖପାଲୀ ଲ୍ୟାମ୍ପ ଏମଡିଙ୍କୁ ଘେରିବା ସହ ବାଦାମ ଗୁଡିକ ଉଠାଇବା ପାଇଁ କହିଥିଲେ । ସରକାରୀ ନିୟମ ଅନୁସାରେ ୭୦ ପ୍ରତିଶତରୁ ଅଧିକ ଏଫଏକ୍ୟୁ ମାନ ଥିଲେ ବାଦାମ ଉଠିପାରିବ ବୋଲି ନିୟମ ରହିଛି ।

ତେବେ ମାଲକାନଗିରି ଚାଷୀଙ୍କ ବାଦାମ ଏଫଏକ୍ୟୁମାନର ହୋଇନଥିବାରୁ ଉଠିପାରୁନି ବୋଲି ଜଣାପଡିଛି। ଦୀର୍ଘ ୧୫ ଦିନ ହେବ ବାଦାମ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଗୋଟିଏ ବସ୍ତା ବି ବାଦାମ କିଣି ନାହିଁ ଲ୍ୟାମ୍ପ।ଏହି ଉତ୍ତେଜନାର ଖବର ପାଇ ମଣ୍ଡିରେ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ଆଦିତ୍ୟ ମାଢି।ବିଧାୟକ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ସହ ଲ୍ୟାମ୍ପ କର୍ମଚାରୀଙ୍କ ସହ ଆଲୋନଚା କରିଥିଲେ।କିଭଳି ଚାଷୀଙ୍କ ବାଦାମ ଉଠାଯିବ ସେନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟକ କହିଥିବା ବେଳେ ଜିଲ୍ଲାରେ ମିଳୁଥିବା ବାଦାମ ବିହନ ନିମ୍ନମାନର ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅନୁମାନ କରାଯାଉଛି।ଜିଲ୍ଲାରେ ୮ଟି ଲ୍ୟାମ୍ପ ଅଧିନରେ ୮ଟି ସ୍ଥାନରେ ବାଦାମ ମଣ୍ଡି କରାଯାଇଛି।

ମାତ୍ର ଆଜି ସୁଦ୍ଧା କୌଣସି ମଣ୍ଡିରେ ବାଦାମ କିଣାଯାଇପାରୁନଥିବା ଦେଖିବାକୁ ମିଳିଛି। ପ୍ରଥମତଃ ନେଟଓ୍ବର୍କ ରହୁନଥିବା ବେଳେ ନିମୟକାନୁନ ବହୁତ ରହିଥିବାରୁ ଚାଷୀଙ୍କ ବାଦାମ ଉଠିପାରୁନଥିବା ଜଣାପଡିଛି। ପ୍ରାୟ ଚାଷୀଙ୍କ ବାଦାମ ଏଫଏକ୍ୟୁ ମାନ ରହୁନଥିବାରୁ ଲ୍ୟାମ୍ପ କର୍ତ୍ତୃପକ୍ଷ ବାଦାନ କିଣିବାକୁ ଅମଙ୍ଗ ହେଉଛନ୍ତି।ଆଗକୁ କିପରି ବାଦାମ ଉଠିବ ସେନେଇ ଜିଲ୍ଲା ପ୍ରଶାସନ ତୁରନ୍ତ କୌଣସି ପଦକ୍ଷେପ ନେବା ପାଇଁ ଦାବି ହୋଇଛି।ଆଜି ଶିଖପାଲୀ ମଣ୍ଡିରେ ଉତ୍ତେଜନା ପାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ମଣ୍ଡିରେ ମଧ୍ୟ ଏଭଳି ଘଟଣା ଘଟିବ ବୋଲି ଜଣାପଡିଛି।ତେବେ ମାଲକାନଗିରି ଏବଂ ପଡିଆ ମଣ୍ଡିରେ କିଛି ଚାଷୀଙ୍କର ବାଦାମ ଉଠିବା ନେଇ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

 

ସମ୍ବନ୍ଧିତ ଖବର