ପାହାଡ଼ର ତେନ୍ତୁଳିକୁ ନେଇ ଦୁଇ ଗାଁ ବିବାଦ ଘଟଣା: ଗାଁ ବୈଠକରେ ନିଷ୍ପତ୍ତି ନୋହିଲା

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ତେନ୍ତୁଳି ତୋଳାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବ୍ଲକର ନୀଲାବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁମୁରା ଓ ଜାଗୁଡ଼ା ଗ୍ରାମପଞ୍ଚାୟତର ପାର୍ତିଙ୍ଗ ଗାଁ ମଧ୍ୟ ପ୍ରାୟ ଏକ ମାସ ହେବ ବିବାଦ ଦେଖିବାକୁ ମିଳିଛି। ଏହି ବିବାଦକୁ ସମାଧାନ କରିବାକୁ ଆଜି ଉଭୟ ଗାଁର ମୁଖିଆଙ୍କୁ ଡାକି ସ୍ଥାନୀୟ ପୁଲିସ ଓ ପ୍ରଶାସନ ସମାଧାନର ବାଟ ବାହାରିପାରି ନ ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ମାସ‌େ ତଳେ ପାର୍ତ୍ତିଙ୍ଗ ଗାଁର ଲୋକେ ନିକଟସ୍ଥ ଜଙ୍ଗଲରେ ରହିଥିବା ତେନ୍ତୁଳି ଗଛରୁ ତେନ୍ତୁଳି ସଂଗ୍ରହ କରୁଥିଲେ। କିନ୍ତୁ ଘୁମୁରା ଗାଁର ଲୋକେ ଏହି ଜଙ୍ଗଲରୁ ତେନ୍ତୁଳି ସଂଗ୍ରହ କରି ନେଇଥିଲେ। ଏନେଇ ବନ୍ଧୁଗାଁ ଥାନାରେ ଘୁମୁରା ଗ୍ରାମର ପଲେଆ ମେଲେକା, ଦଶମତି ହୁଇକା, ଶୁଭା ହୁଇକା, ଚେଁଚୁ ହୁଇକା,ଭୀମା ହାରେକା, ବିଶି ମେଲେକା ଓ ତାଙ୍କର ସହଯୋଗୀଙ୍କ ନାରେ ବନ୍ଧୁଗାଁ ଥାନରେ ପାର୍ତ୍ତିଙ୍ଗ ଗାଁର ହୁଇକା ତିଲସୁ ଅଭିଯୋଗ କରିଥିଲେ। ଉକ୍ତ ବିଷୟକୁ ନେଇ ବନ୍ଧୁଗାଁ ଥାନା ଅଧିକାରୀ ସ‌ାବ୍ୟସାଚି ଶତପଥି, ଜାଗୁଡା ସୋରପଞ୍ଚ ତେଞ୍ଚି ହୁଇକା, ନୀଲାବାଡି ସରପଞ୍ଚ ମିସ୍ମା ହାରେକା, ବନ୍ଧୁଗାଁ ତହସିଲଦାର ଭବାନି ଶଙ୍କର ମିଶ୍ର, ଜଙ୍ଗଲ ବିଭାଗର ବରିଷ୍ଠ ପଦାଧୀକାରୀ, ବନ୍ଧୁଗାଁ ବ୍ଲକ କଂଗ୍ରେସ ସଭାପତି ଡି. ଏଙ୍କାଟି, ବିଜେଡି ଦଳର ଜିଲ୍ଲା ସମ୍ପାଦକ ଦୁର୍ଯ୍ୟ ନାଗ ଓ ଆଇନଜୀବି ଶ୍ରୀନିବାସ ପଟ୍ଟନାୟକ ଉପସ୍ଥିତ ରହି ଉଭୟ ଗାଁର ଲୋକଙ୍କୁ ଡାକି ସଭା କରିଥିଲେ। କିନ୍ତୁ ସଭାରେ କୌଣସି ନିଷ୍ପତ୍ତି ହୋଇ ପାରି ନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର