କରୋନାର ଦ୍ବିତୀୟ ଲହର ଆଁରେ ମାଓବାଦୀ, ଛତିଶଗଡ ରାଙ୍କର ୪ ଟପ୍‌ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡାର ଦୁର୍ଗମ ଅଞ୍ଚଳରେ କରୋନାରେ ଅସୁସ୍ଥ ଅଛନ୍ତି ଏକାଧିକ ମାଓବାଦୀ। ଛତିଶଗଡ ପଟୁ ଆସି କରୋନାର ଦ୍ବିତୀୟ ଲହର ଆଁରେ ପଡି ଜୀବନମରଣ ସହ ସଂଘର୍ଷ କରୁଛନ୍ତି ମାଓବାଦୀ। ଏହି ପରିପ୍ରେକ୍ଷୀରେ ମାନବିକତାର ପରିଚୟ ଦେଇଛି ଓଡ଼ିଶା ପୁଲିସ ଓ କୋରାପୁଟ ଜିଲ୍ଲାପ୍ରଶାସନ। ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ ମାଓବାଦୀଙ୍କ ଜୀବନ ବଞ୍ଚାଇବାକୁ ଆଗଭର ହୋଇଛି କୋରାପୁଟ ପ୍ରଶାସନ ଓ ଓଡ଼ିଶା ପୁଲିସ। କିନ୍ତୁ ଦୁଗର୍ମ ଅଞ୍ଚଳ ହୋଇଥିବାରୁ ପୁଲିସ ଓ ପ୍ରଶାସନ ପହଞ୍ଚି ପାରୁନି | ତେଣୁ ମାଓବାଦୀଙ୍କୁ ଆତ୍ମସର୍ମଣ କରିବାକୁ ଅନୁରୋଧ କରାଯାଇଛି।

ମାଓବାଦୀଙ୍କ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯିବା ସହ ଚିକିତ୍ସା ପ୍ରଦାନ କରାଯିବାକୁ କୁହାଯାଇଛି। ଜୀବନ ମରଣ ସହ ମାଓବାଦୀ ଲଢୁଥିବାବେଳେ ପୁଲିସ ଇନଫରମରଙ୍କୁ ସହାୟତା ମାଗୁଥିବା ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ପଦକ୍ଷେପ ଗ୍ରହଣ କରିଛି। ଯିଏ ବି ସହଯୋଗ କରିବାକୁ ଆବେଦନ କରିବ ଉକ୍ତ ମାଓବାଦୀଙ୍କୁ ସରକାର ନିୟମ ଅନୁସାରେ ଥଇଥାନ କରାଯିବା ସହ ଚିକିତ୍ସା ଓ ସୁବିଧା ଯୋଗାଇ ଦିଆଯିବ ବୋଲି ଗଣମାଧ୍ୟମ ମାଧ୍ୟମରେ ଓଡ଼ିଶା ପୁଲିସ ପକ୍ଷରୁ ମାଓବାଦୀଙ୍କ ହିତରେ ଜାରି କରାଯାଇଛି।

Dialogue a new strategy to deal with Maoists
Daily pioneer

ମିଳିଥିବା ସୂଚନା ମୁତାବକ, ଛତିଶଗଡପଟୁ ମାଓବାଦୀ ଆସି କୋରାପୁଟ ଜିଲ୍ଲା ବୈପାରିଗୁଡାର ଦୁର୍ଗମ ଅଞ୍ଚଳରେ ଲୁଚି ରହିଛନ୍ତି। ବିଶେଷସୁତ୍ର ଅନୁସାରେ ଏହି ମାଓବାଦୀ ଗତ କିଛି ଦିନ ତଳେ ବୈପାରିଗୁଡା ନିକଟ ଦୁଗର୍ମ ଅଞ୍ଚଳରେ ଏକ ବୈଠକ କରୁଥିବାବେଳେ କିଛି ମାଓବାଦୀ, କରୋନା ସଂଙ୍କ୍ରମଣର ଶିକାର ହୋଇଛନ୍ତି। ଏହି ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବାବେଳେ ୨୪ ତାରିଖରେ ଛତିଶଗଡ ମାଓ ଡିଭିଜନ ପକ୍ଷରୁ ୪ଜଣ ମାଓଦାବୀ ମୃତ୍ୟମୁଖରେ ପଡିଥିବା ଜଣାପଡିଛି। କିନ୍ତୁ ଏହାକୁ ମାଓଦାବୀମାନେ ପ୍ରେସ ବିଜ୍ଞପ୍ତି ଦେଇ କଣ୍ଡନ କରିଛନ୍ତି। କିନ୍ତୁ ପୁଲିସ ଇନଫରମର ଯୋଗେ କିଛି ମାଓବାଦୀ ଆତ୍ମସମର୍ପଣ କରିବାକୁ ନିବେଦନ କରିଥିବା ଜଣାପଡିଛି। ଏହାକୁ ନେଇ ସହଯୋଗର ହାତ ବଢାଇଛି ଓଡ଼ିଶା ପୁଲିସ ଜିଲ୍ଲା ପ୍ରଶାସନ।

ଅନ୍ୟପକ୍ଷରେ ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି‌ ଯେ ବୈପାରିଗୁଡାର ଦୁର୍ଗମ ଅଞ୍ଚଳରେ ଛତିଶଗଡ ଓ ମାଲକାନଗିରି ବିଚ୍ଛିର୍ଣ୍ଣାଞ୍ଚଳ ପଟୁ ମାଓବାଦୀ ଆସି କରୋନାରେ ପୀଡିତ ହୋଇ ଜୀବନ ମରଣ ସହ ଲଢୁଥିବା ଖବର ବିଶେଷ ସୂତ୍ରରୁ ହସ୍ତଗତ ହୋଇଛି। ସୂଚନାଦାତାଙ୍କ ମାଧ୍ୟମରେ ସେମାନେ ସହଯୋଗ ଲୋଡୁଥିବା ନେଇ ପ୍ରକାଶ କରିବା ପରେ ସେମାନଙ୍କୁ ସମର୍ପଣ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି। ଏହାସହ ଯେଉଁ ଅଞ୍ଚଳରେ ଗ୍ରାମବାସୀଙ୍କୁ ନେଇ ସଭା କରୁଛନ୍ତି ସେଠାକୁ ନ ଯିବାକୁ ମଧ୍ୟ କୁହାଯାଇଛି। ଏକାଧିକ ମାଓବାଦୀ ଏଥିରେ ଶିକାର ହୋଇଥିବାବେଳେ ଏହା ଗାଁକୁ ଗାଁ ବ୍ୟାପିବା ଆଶଙ୍କା କରାଯାଉଛି। କରୋନାର ଦ୍ବିତୀୟ ଲହର ମାରାତ୍ମକ ହୋଇଥିବାବେଳେ ଛତିଶଗଡ ପଟୁ ଏହି ମାଓବାଦୀମାନେ ଆସିଥିବାରୁ ଏହା ଅତି ବିପଦଜନକ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ତେଣୁ ମାଓବାଦୀଙ୍କ ପକ୍ଷରୁ ଆହୁତ ହେଉଥିବା ସଭାକୁ କୌଣସି ଗ୍ରାମବାସୀ ନ ଯିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର