ମାଲକାନଗିରି: ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ କରୋନା ସଚେତନତା କରାଯାଉଛି। ଆଜି ସହରର ବଭିନ୍ନ ସ୍ଥାନରେ ଡାକବାଡି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜରର ବ୍ୟବହାର ଉପରେ ସଚେତନତା କରାଯାଇଛି। ଏଥିସହ ତହସିଲଦାର ଗୁଣନିଧି ନାୟକ, ଏସଡିପିଓ ହିମାଂଶୁ ଦ୍ବିବେଦୀ, ଆଇଆଇସି ରାମ ପ୍ରସାଦ ନାଗ ପ୍ରମୁଖ ସହରରେ ବୁଲି ହୋଟେଲ ଏବଂ ଫାଷ୍ଟଫୁଡ ଦୋକାନଗୁଡିକକୁ ସିଲ କରିଦେଇଛନ୍ତି। ଯେଉଁ ଦୋକାନରେ ଭିଡ ଜମୁଛି ସେହି ଦୋକାନକୁ ତୁରନ୍ତ ବନ୍ଦ କରିଦିଆଯାଉଥିବା ଦେଖିବାକୁ ମିଳିଛି।
ସେହିପରି ଅମାନିଆ ଭାବେ ବୁଲୁଥିବାରୁ ଲୋକଙ୍କ ଉପରେ ଜବରଦସ୍ତ ଜରିମାନା ଆଦାୟ କରାଯାଉଛି। ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଗକୁ ସଜାଗ ନରହିଲେ ସ୍ଥିତି ଗମ୍ଭୀର ହେବ ବୋଲି କୁହାଯାଇଛି। ପ୍ରତିଦିନ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ବ୍ଲକ ଏବଂ ପଞ୍ଚାୟତ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଲୋକଙ୍କୁ ସଚେତନ ପାଇଁ ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି। ମାଲକାନଗିରି ଜିଲ୍ଲାକୁ ଛତିଶଗଡ ଲାଗି ରହିଥିବାରୁ ଛତିଶଗଡ ପଡରୁ ଆସୁଥିବା ଗାଡିଗୁଡିକକୁ ଯାଞ୍ଚ କରାଯାଉଛି।କୌଣସି ବ୍ୟକ୍ତି ସଂଦେହ ହେଲେ ଜିଲ୍ଲା ଭିତରକୁ ଭର୍ତ୍ତି କରାଯାଉନଥିବା କୁହାଯାଇଛି। ଛତିଶଗଡରେ ବର୍ତ୍ତମାନ ସ୍ଥିତି ବେହାଲ ହୋଇପଡିଥିବାରୁ ସୀମାକୁ ସିଲ କରିଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/MKg-corona-Sachetanata-2.jpg)