ରାଜକନିକା: ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ଅଜୟ ମଲିକ। ବାପା ରତ୍ନାକରଙ୍କ ପରଲୋକ ପରେ ପରିବାର ବୋଝ ତାଙ୍କ ଉପରେ ପଡ଼ିଥିଲା। ଜନ୍ମମାଟି ଛାଡ଼ି ରୋଜଗାର ଅନ୍ବେଷଣରେ ସେ ବାଙ୍ଗାଲୋର ସହରର କସ୍ତୁରୀ ନଗରଠାରେ ଥିବା ହାଇ ଲାଇନ୍ ଇଂଜିନିୟରିଂ କମ୍ପାନିରେ ସୁପଭାଇଜର ଭାବେ କାମ କରି ମାସକୁ ପାଖାପାଖି ୩୦ ହଜାର ଟଙ୍କା ଦରମା ପାଉଥିଲେ। ଏଥିରେ ସେ ଓ ତାଙ୍କ ପରିବାର ଭଲରେ ଚଳୁଥିଲେ। କରୋନା ମହାମାରୀରେ କମ୍ପାନି ବନ୍ଦ ହୋଇଗଲା।
ପିଲାମାନଙ୍କୁ ପାଠ ପଢାଇ ଭଲ ମଣିଷ କରିବାକୁ ଅଜୟ ଦେଖିଥିବା ସ୍ବପ୍ନ ସବୁ ସ୍ବପ୍ନ ରହିଗଲା। କମ୍ପାନି ବନ୍ଦ ହୋଇଯିବାରୁ କିଛି ଉପାୟ ନ ପାଇ ଅଜୟ ଗାଁକୁ ଫେରି ଆସିଥିଲେ। ଗାଁରେ ରହି କିଛି କାମଧନ୍ଦା ପାଇଲେନି। ଯାହା କିଛି ସଞ୍ଚିଥିଲେ ତାହା ବି ଖର୍ଚ୍ଚ ହୋଇଗଲା। ଶେଷକୁ ବାଧ୍ୟ ହୋଇ ଅଜୟ ନିଜ ଗାଁ ଛକରେ ଏକ ପାନ ଓ ଭେରାଇଟି ଦୋକାନ କରିଛନ୍ତି। ମାସକୁ ଯାହା ରୋଜଗାର ହେଉଛି ସେଥିରେ ନିଜ ପରିବାର ପୋଷଣ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/1854IMG_20210106_200341_6.jpg)