କରୋନା କାହାଣୀ; ଶାଢ଼ି କାରିଗରରୁ ଚାଷ କାମ

ମାର୍ଶାଘାଇ: ବାଙ୍ଗାଲୋରର ବନାରଘାଟରେ ଏକ ଶାଢୀ ତିଆରି କାରଖାନାରେ କାମ କରୁଥିଲେ। ମାସକୁ ଯାହା ରୋଜଗାର କରୁଥିଲେ ସେଥିରେ ନିଜେ ଚଳି ଘରକୁ ପଇସା ପଠାଉଥିଲେ। କରୋନା ମାଡ଼ି ଆସିବା ପରେ ଚିନ୍ତାରେ ପଡ଼ିଗଲେ। ଲକ୍‌ଡାଉନ ଘୋଷଣା ହେବାର ୧୦ଦିନ ପୂର୍ବରୁ ଫେବୃଆରି ୧୧ ତାରିଖରେ ଭିଟାମାଟିକୁ ଫେରି ଆସିଲେ। ଏଠି ଘରେ କିଛି ଦିନ ବସି ରହିଲେ। ଶେଷକୁ କିଛି ପନ୍ଥା ନ ପାଇ ଚାଷ କାମକୁ ଅବୋରି ନେଇଛନ୍ତି ବଛରାଇ ଗ୍ରାମର ରତିକାନ୍ତ ପାତ୍ର(୩୬)।

ତାଙ୍କର ଅନ୍ୟସାଥୀମାନେ ବାଙ୍ଗାଲୋରରେ ଫସି ଯାଇଥିଲେ। ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା କଥା ମନେ ପକାଇ ଆଜି ବି ସେ ଅଜଣା ଆଶଙ୍କାରେ ଆତଙ୍କିତ ହୋଇପଡ଼ନ୍ତି। ରତିକାନ୍ତଙ୍କ ପରିବାର କହିଲେ, ଦୁଇ ଭାଇ, ବୃଦ୍ଧ ବାପା ପ୍ରଫୁଲ୍ଲ ପାତ୍ର, ମା’, ପତ୍ନୀ ଆଉ ଝିଅ। ଚାଷ ବ୍ୟତୀତ ବଂଚିବାର ଆଉ କୌଣସି ରାହା ନାହିଁ। ଏବେ ଘରେ ରହି ବାପାଙ୍କୁ ଚାଷ କାମରେ ଖାଲି ସାହାଯ୍ୟ କରିବା ସହ ପ୍ରମୁଖ ଭୂମିକା ତୁଲାଉଛନ୍ତି। ହାତରେ କୁଲେଇ ଧରି ଧାନ ଅମଳରେ ଲାଗି ପଡ଼ିଛନ୍ତି। ରାଷ୍ଟ୍ରାୟତ ବ୍ୟାଙ୍କରୁ ଋୁଣ ମିଳିଲେ ଧାନଚାଷ ସହିତ ବିଭିନ୍ନ ପନିପରିବା ଆଦି ଚାଷ କରି ତେଲଲୁଣର ସଂସାର ଚଳାଇବାକୁ କିଛି ବି ସମସ୍ୟା ରହିବ ନାହିଁ ବୋଲି ରତିକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର