ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା: ଦୁଇ ଦିନ ମଧ୍ୟରେ ୬୩ ସଂକ୍ରମିତ, ୮୧ ସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଗତ ଦୁଇ ଦିନ ମଧ୍ୟରେ ୬୩ଜଣ ସଂକ୍ରମିତ ହୋଇଥିବା ବେଳେ ୮୧ଜଣ ସୁସ୍ଥ ହୋଇଛନ୍ତି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଗତକାଲି ସଂଧ୍ୟା ସୁଦ୍ଧା ୧୩ ଜଣ ସଂକ୍ରମିତ ହୋଇଥିଲେ ଓ ୪୦ ଜଣ ସୁସ୍ଥ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ବାଲିପାଟଣା, ଭୁବନେଶ୍ୱର ବ୍ଲକ, ଖୋର୍ଦ୍ଧାରୁ ୨ଜଣ ଲେଖାଏଁ, ବୋଲଗଡ଼, ଚିଲିକା-ବାଲୁଗାଁରୁ ଜଣେ ଲେଖାଏଁ ଏବଂ ବାଣପୁରରୁ ସର୍ବାଧିକ ୫ଜଣ ସଂକ୍ରମିତ ହୋଇଥିବା ବେଳେ ବାଲିଅନ୍ତା, ଜଟଣୀ, ବେଗୁନିଆ, ଟାଙ୍ଗୀରୁ କେହି ସଂକ୍ରମିତ ହୋଇନଥିଲେ ।

ସହିଭଳି ଆଜି ସଂଧ୍ୟା ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେରେ ୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୬, ବାଲିପାଟଣାରୁ ୪, ଭୁବନେଶ୍ୱର ବ୍ଲକରୁ ୩, ଜଟଣୀରୁ ୪, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୭, ବେଗୁନିଆରୁ ୮, ବୋଲଗଡ଼ରୁ ୨, ଟାଙ୍ଗୀରୁ ୫, ଚିଲିକା-ବାଲୁଗାଁରୁ ୨, ବାଣପୁରରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ବାହାର ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହା ସହ ଗ୍ରାମାଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୯୬୮ ହୋଇଛି । ଅପରପକ୍ଷରେ ୫୬ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୬୬୯ ହୋଇଛି । ୫୬ଟି ସଂକ୍ରମିତଜନିତ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ୨୪୩ଜଣ ଚିକିତ୍ସାଧୀନ ଅଛନ୍ତି ।

 

ସମ୍ବନ୍ଧିତ ଖବର