ସୁନ୍ଦରଗଡ଼: ଜିଲ୍ଲାରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାହିଛି । କରୋନାର ଦ୍ଵିତୀୟ ଲହର ଆସିବା ପରେ ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳରୁ ୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୪୭ ରହିଛି । ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ଉଦଵେଗଜନକ ଥିବାରୁ ତାକୁ ଦୃଷ୍ଟିରେ ରଖି ସୀମାନ୍ତ ବାଲିଶଙ୍କରା, ଲେଫ୍ରିପଡା, ହେମଗିର ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ପୁଲିସ ଯାଞ୍ଚ କଡାକଡି କରାଯାଇଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୫ ତାରିଖରୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି ରହିଥିବାବେଳେ ଆଜି ସକାଳୁ ପୁଲିସ ମାସ୍କ ଓ ସାମାଜିକ ଦୂରତ୍ବର ଯାଞ୍ଚ ପାଇଁ ସ୍ପେସାଲ ଡ୍ରାଇଭ ନେଇଛି। ଡିଆରଡିଏ ଛକରେ ପୁଲିସ ମାସ୍କ ବ୍ୟବହାର କରିନଥିବା ଲୋକଙ୍କୁ ଅଟକାଇ ଜରିମାନା ଆଦାୟ କରାଯାଉଛି।
/sambad/media/post_attachments/wp-content/uploads/2021/04/259dbb9c-0c2c-4837-ae9f-173a35aa80fd-300x225.jpg)
ବାରମ୍ଵାର ଲୋକଙ୍କୁ ସଚେତନ କରିବା ପରେ ମଧ୍ୟ ଲୋକେ ଅମାନିଆ ହେଉଥିବାରୁ ପୁଲିସ ଏହି ପଦକ୍ଷେପ ନେଇଛି। ଦରକାର ନଥିଲେ ଘର ବାହାରକୁ ନବାହାରିବା ପାଇଁ କହିବା ସହ ଜରୁରୀ କାମରେ ଘରୁ ବାହାରିଲେ ସମସ୍ତ ପ୍ରକାର ସାବଧାନତା ଅବଲମ୍ଵନ କରିବା ପାଇଁ ଅନୁରୋଧ କରାଯାଇଛି। ଆଗକୁ ଯାଞ୍ଚକୁ ଆହୁରି ଅଧିକ କଡାକଡି କରାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/6d08652f-abc6-4d94-9e30-effb07dbb5d2.jpg)