ଶିଶୁ, ନାବାଳକ ସଂକ୍ରମିତ ହାର ଉଦ୍‌ବେଗଜନକ; ସଂକ୍ରମିତ ହେଲେଣି ୨୮୪୭ ଜଣ ନାବାଳକ/ନାବାଳିକା/ଶିଶୁ

ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ସଂକ୍ରମିତ ସଂଖ୍ୟାର ୧୫.୨୧%

ରାଉରକେଲା: କୋଭିଡ୍ ତୃତୀୟ ଲହରରେ ଜିଲ୍ଲା ସଂକ୍ରମଣ ଅଣାୟତ୍ତ ହୋଇସାରିଲାଣି। ବେଶ୍ କିଛି ଦିନ ହେଲା ଦୈନିକ ସଂକ୍ରମିତ ସଂଖ୍ୟା ହଜାରେରୁ କମୁନି। ଏହି ସଂକ୍ରମିତଙ୍କ ମଧ୍ୟରେ କେବଳ ମଧ୍ୟବୟସ୍କ, ବରିଷ୍ଠ ନାଗରିକ ନାହାନ୍ତି; ବରଂ ୧୮ ବର୍ଷରୁ କମ୍ ନାବାଳକ/ନାବାଳିକା/ଶିଶୁ ବି ଅଛନ୍ତି। ତୃତୀୟ ଲହର ବ୍ୟାପକ ହେବା ଦିନଠାରୁ, ଅର୍ଥାତ୍ ଗତ ୭ ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ୍ ୨୮୪୭ ଜଣ ନାବାଳକ/ନାବାଳିକା/ଶିଶୁ ସଂକ୍ରମିତ ହୋଇସାରିଛନ୍ତି। ଯାହାକି ଜିଲ୍ଲାର ମୋଟ୍ ଆକ୍ରାନ୍ତ ସଂଖ୍ୟାର ୧୫.୨୧%। ଯଦିଓ ତୃତୀୟ ଲହରରେ ରୋଗୀଙ୍କ ପାଖରେ ଜଟିଳତା କମ୍ ଦେଖିବାକୁ ମିଳୁଛି; ତଥାପି ୧୫% ନାବାଳକ ସଂକ୍ରମିତ ହେବା, ସହରବାସୀଙ୍କ ବେପରୁଆ ମନୋଭାବକୁ ପଦାରେ ପକାଇଦେଇଛି।

ଗତ ୭ ତାରିଖରୁ ଆଜି ପର୍ଯ୍ୟନ୍ତ, ଜିଲ୍ଲାରେ ମୋଟ୍ ୧୮,୭୧୦ ଜଣ ସଂକ୍ରମିତ ହୋଇଛନ୍ତି। ତନ୍ମମଧ୍ୟରୁ ୨,୮୪୭ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବର୍ଷ ବୟସ୍କ। ଏଥିମଧ୍ୟରୁ ୧୧ ବର୍ଷରୁ କମ୍ ବର୍ଗର ୭୪୯ ଜଣ ଥିବାବେଳେ ୧୧-୧୮ ବର୍ଷ ବର୍ଗର ୨୦୯୮ ଜଣ ଅଛନ୍ତି। ଗତ ୭ ତାରିଖରେ ଜିଲ୍ଲାରେ ମୋଟ୍ ୧୦୩ ଜଣ ନାବାଳକ/ନାବାଳିକା/ଶିଶୁ ସଂକ୍ରମିତ ହୋଇଥିବାବେଳେ ୮ ତାରିଖରେ ୧୨୪ ଜଣ, ୯ ତାରିଖରେ ୧୭୪ ଜଣ, ୧୦ ତାରିଖରେ ୧୮୦ ଜଣ, ୧୧ ତାରିଖରେ ୧୮୪ ଜଣ, ୧୨ ତାରିଖରେ ୧୭୩ ଜଣ, ୧୩ ତାରିଖରେ ୧୬୧ ଜଣ, ୧୪ ତାରିଖରେ ୩୦୫ ଜଣ, ୧୪ ତାରିଖରେ ୩୦୫ ଜଣ, ୧୫ ତାରିଖରେ ୨୯୪ ଜଣ, ୧୬ ତାରିଖରେ ୨୧୫ ଜଣ, ୧୭ ତାରିଖରେ ୧୯୦ ଜଣ, ୧୮ ତାରିଖରେ ୨୦୩ ଜଣ, ୧୯ ତାରିଖରେ ୨୩୯ ଜଣ, ୨୦ ତାରିଖରେ ୧୫୨ ଜଣ ଓ ୨୧ ତାରିଖରେ ୧୫୦ ଜଣ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର