ମାର୍ଚ୍ଚରେ ବଢ଼ିଲା କରୋନା: ୨୩୬ ନୂଆ ଆକ୍ରାନ୍ତ ଚିହ୍ନଟ, ମାସ ଶେଷରେ ଏକ ଅଙ୍କରେ ସଂକ୍ରମଣ

ବାରିପଦା: ମାର୍ଚ୍ଚ ମାସରେ ଜିଲ୍ଲାରେ ପୁଣିଥରେ ପ୍ରକୋପ ଦେଖାଇଲା କରୋନା। ଗତ ଫେବ୍ରୁଆରି ମାସ ତୁଳନାରେ ଚଳିତ ମାସରେ ମାର୍ଚ୍ଚରେ ମୟୂରଭଞ୍ଜରେ ସଂକ୍ରମଣ ହାର ବୃଦ୍ଧି ପାଇଛି । ଗତମାସରେ ଜିଲ୍ଲାରୁ ମୋଟ ୧୦୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୮ ଜଣ ସୁସ୍ଥ ହୋଇ ଫେରିଥିଲେ । ମାତ୍ର ଚଳିତ ମାସରେ ୨୩୬ କରୋନା ପଜିଟିଭ କେଶ ଚିହ୍ନଟ ହୋଇଛି। ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୨୯୭ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ଏଥି ସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୪୨୫ରେ ପହଞ୍ଚିଛି । ସେହିପରି ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୨୬୯ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୬୪ ଜଣ ସକ୍ରିୟ ଅଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ୯୨ରେ ସ୍ଥିର ଥିବା ଆଶ୍ବସ୍ତି ଆଣିଛି।

ସମ୍ବନ୍ଧିତ ଖବର