ଗଜପତି ଜିଲ୍ଲାରେ ଦ୍ରୁତଗତିରେ ହ୍ରାସ ପାଉଛି କୋଭିଡ୍ ସଂଖ୍ୟା, ମୃତ୍ୟୁ ହାର ବଡ଼ ଚ୍ୟାଲେଞ୍ଜ! 

ପାରଳାଖେମୁଣ୍ତି: ବିଗତ ୧୦ ଦିନ ମଧ୍ୟରେ ଗଜପତି ଜିଲ୍ଲାରେ କରୋନାର ପ୍ରଭାବ ଧୀରେଧୀରେ କମିଥିବା ବେଳେ ପଜିଟିଭ ରେଟ ପରିସ˚ଖ୍ୟନ ୫.୦୨ ପ୍ରତିଶତ ରହିଛି । ଗତ ମାସରେ ଏହି ପରିସ˚ଖ୍ୟନ ୧୨ ପ୍ରତିଶତ ରହିଥିଲା। ଗତ ୧୦ଦିନର ସରକାରୀ ତଥ୍ୟକୁ ଆଧାର କରି ଆକଳନ କରିବା ପରେ ଜଣାପଡିଛି କି ଜୁନ ମାସର ୧ ତାରିଖରୁ ୧୦ ତାରିଖ ମଧ୍ୟରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ୧୦,୭୦୨ ବ୍ୟକ୍ତିଙ୍କର କରୋନା ଚିହ୍ନଟ ପାଇଁ ଆଣ୍ଟିଜାନ ଏବ˚ ଆର‌୍‌.ଟି.ପି.ସି.ଆର ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୫୩୬ଜଣ ପଜିଟିଭ ବାହାରିଥିବା ବେଳେ ୪୦ପ୍ରତିଶତ ବ୍ୟକ୍ତି ୪୦ ବର୍ଷରୁ କମ ରହିଥିଲେ, ୨୦ ପ୍ରତିଶତ ୪୦ ରୁ ୫୦ ବର୍ଷ ମଧ୍ୟରେ ରହିଥିଲେ, ୪୦ ପ୍ରତିଶତ ୫୦ରୁ ଊର୍ଦ୍ଧ୍ୱ ବର୍ଷ ବ୍ୟକ୍ତି ରହିଥିଲେ ଏବ˚ ୧୦ ପ୍ରତିଶତ ହେଉଛନ୍ତି ୧୫ ବର୍ଷରୁ କମ ପିଲାମାନେ। କରୋନା ଟିକା ନେଇଥିବା ବ୍ୟକ୍ତି ପଜିଟିଭ ହୋଇଥିବା ପରିସ˚ଖ୍ୟନ ହସ୍ତଗତ ହୋଇନଥିବା ବେଳେ ଅନଔପଚାରିକ ଭାବେ  ସୂଚନା ମିଳିଛି କି ଏମାନଙ୍କ ସ˚ଖ୍ୟା ୧୦ ପ୍ରତିଶତ ଠାରୁ ଅଧିକ ।

ଜିଲ୍ଲାରେ କରୋନା ସ˚ଖ୍ୟା କମୁଥିବା ସତ୍ତ୍ବେ ଲୋକେ ସତର୍କ ରହିବେ ଏବ˚ କରୋନା ନିୟମ ମାନିବାରେ ଅବହେଳା ନକରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବାରମ୍ବାର ନିବେଦନ କରୁଛନ୍ତି । ସେ କହିବା ଅନୁସାରେ ଯଦିବା ସୁସ୍ଥ ହେଉଥିବା ଲୋକଙ୍କ ସ˚ଖ୍ୟା ଆକ୍ରାନ୍ତ ହେବା ଲୋକଙ୍କ ଠାରୁ  ଅଧିକ ରହିଛି  କରୋନା ଭୂତାଣୁର କିଛି ପରିବର୍ତ୍ତିତ (ମ୍ୟୁଟେଟେଡ) ଷ୍ଟ୍ରେଇନ୍‌ ଚିନ୍ତା ସୃଷ୍ଟି କରୁଛି। କିଛି ବ୍ୟକ୍ତିଙ୍କର ମୃତ୍ୟୁର କାରଣ ଏହି ପରିବର୍ତ୍ତିତ ଭୂତାଣୁ ବୋଲି ଗବେଷକ ମାନେ ଆକଳନ କରୁଛନ୍ତି ।

ଗୋଟିଏ ପଟେ କରୋନା ନିୟନ୍ତ୍ରଣ ରେଖା ତଳକୁ ଖସିବାରେ ଲାଗିଥିବା ବେଳେ ହଠାତ ଗୋଟିଏ ଗୋଟିଏ ଜୀବନ ଚାଲିଯାଉଛି ଏବ˚ ଗତ ୨ ଦିନ ମଧ୍ୟରେ ଜଣେ ୩୫ ବର୍ଷୀୟ ଓ ଆଉ ଜଣେ ୪୧ ବର୍ଷିୟ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ। କୋଭିଡ ପରିସ˚ଖ୍ୟନ ତଳକୁ ଖସିବା ପରେ ଗଜପତି ଜିଲ୍ଲା ବର୍ତ୍ତମାନ ଗ୍ରୀନ ଜୋନ୍‌ରେ ଓ ଏହି ସମସ୍ତ ତଥ୍ୟ ଗୁଡିକୁ ଆଧାର କରି ଆସନ୍ତା ୧୭ ତାରିଖ ପରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଆଉ ଏହି ଜିଲ୍ଲାରେ ରହିବ ନାହିଁ ବୋଲି  ସ୍ପଷ୍ଟ ଭାବେ ଜଣାପଡୁଛି ।

ସମ୍ବନ୍ଧିତ ଖବର