କରେନାରେ ହନ୍ତସନ୍ତ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଡିଓ ଭରଷାରେ ଚାଲିଛି ୬୫ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ

କୋରାପୁଟ: ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହୋଇଯାଇଥିଲା। ପିଲାଏ ବ୍ରେଲିରେ ଶିକ୍ଷା ଗ୍ରହଣ କରୁଥିଲେ। ଏହାସହ ଅଡିଓ ଓ ଏମପି ୩ ମାଧ୍ୟମରେ ଚାଲିଥିଲା ଶିକ୍ଷାଦାନ। କରୋନାର ଦ୍ବିତୀୟ ଲହର ଏବେ ସବୁ ପଣ୍ଡ କରି ଦେଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ମାଲକାନଗିରି ପରି ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ ନାହିଁ ନଥିବା ହଇରାଣ ହେଉଛନ୍ତି। ଯେଉଁଠି ମୋବାଇଲ କି ଶ୍ରବଣ ଯନ୍ତ୍ର ନାହିଁ ସେଠାରେ ଶିକ୍ଷାଦାନ ଠପ୍‌। ଆଉ ଯେଉଁଠି ଅଛି ସେଠାରେ ପରିବେଶ ନଥିବାରୁ ଶିକ୍ଷାଦାନ ସାଧନ ହୋଇପାରୁନି।

ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲାରେ ୧୯୮୩ରେ ଆରମ୍ଭ ହୋଇଥିଲା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୬୫ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଦଶମ ଶ୍ରେଣୀଯାଏ ହଷ୍ଟ‌େଲରେ ରହି ଶିକ୍ଷାଗ୍ରହଣ କରୁଛନ୍ତି। ଚଳିତବର୍ଷ ଏହି ବିଦ୍ୟାଳୟରେ ଦଶମ ଶ୍ରେଣୀରେ ୮ଜଣ, ନବମ ଶ୍ରେଣୀରେ ୧୧ ଜଣ ଓ ଅଷ୍ଟମ ଶ୍ରେଣୀ‌ରେ ୧୦ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବାବେଳେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଯାଏ ୩୬ ଜଣ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଥିବାବେଳେ ଏହାକୁ ବୋର୍ଡ ପରିଚାଳନା କରୁଛି। ଗୋଟିଏ ବର୍ଷ ଶିକ୍ଷାଦାନ ବନ୍ଦି ରହିବା ପରେ ଜାନୁଆରୀ ମାସରେ କ୍ଲାସ ଖୋଲିଥିଲା। ସାମାଜିକ ଦୂରତାରେ ଶିକ୍ଷାଦାନ ହୋଇଥିଲା। ପରୀକ୍ଷା ଦଶର୍ପଣ ଅନୁସାରେ ଶିକ୍ଷାଦାନ କରାଯାଉଥିବାବେଳେ ହଠାତ କ‌ରୋନାର ଦ୍ବିତୀୟ ଲହର ଯୋଗୁଁ ସରକାର ସ୍କୁଲକୁ ବନ୍ଦ କରୁଥିଲେ। ପ୍ରଥମରୁ ନବମ ଶ୍ରେଣୀଯାଏ ଶିକ୍ଷାଦାନ ଏମପି ୩ ଓ ବ୍ଲୁଟୁଥ ମାଧ୍ୟମରେ ଚାଲୁଥିବାବେଳେ ନିଘର୍ଣ୍ଟ ସମୟ ଅନୁସାରେ କନଫରେନ୍ସ କଲରେ ଶିକ୍ଷାଦାନ କରାଯାଉଛି। ଯେଉଁଠି ନେଟୱାର୍କ ଅଛି ସେଠାରେ ଶିକ୍ଷାଦାନ ହେଉଛି ଯେଉଁଠି ନାହିଁ ସେଠାରେ ଶିକ୍ଷାଦାନ ଠପ୍‌। ତେବେ ସ୍କୁଲ ପକ୍ଷରୁ ବିବିଧ ବ୍ୟବସ୍ଥା ଗ୍ରହଣ କରାଯାଇଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିପ୍‌ କିଣାଯାଇଥିଲା। ଦଶମ ଶ୍ରେଣୀର ସବୁ ବିଷୟର କ୍ଲାସ ଅଡିଓ କୁ ଦିଆଯାଇଥିଲା। ସେମାନେ ଏହାକୁ ଶୁଣି ଶିକ୍ଷା ଗ୍ରହଣ କରିବେ। କିନ୍ତୁ ପରୀକ୍ଷା ବନ୍ଦ ହେବା ପରେ ଏବେ ସେମାନଙ୍କ ଅବସ୍ଥା କକ’ଣ ହେବ ଅନ୍ୟ ଚାତ୍ରଛାତ୍ରୀଙ୍କ ପରି ଚିନ୍ତାରେ ରହିଛନ୍ତି।

ଛାତ୍ର ହନୁମା କହିଛନ୍ତି ଯେ ପରୀକ୍ଷା ପୂର୍ବରୁ ବ୍ରେଲି ମାଧ୍ୟମରେ ପଢାଯାଉଥିଲା। ଏହାପରେ ବୋର୍ଡ ପକ୍ଷରୁ ଅଡିଓ ଓ ପରୀକ୍ଷା ଦର୍ପଣ ମାଧ୍ୟମରେ ଶିକ୍ଷା ଗ୍ରହଣ କଲୁ। ପରୀକ୍ଷା ବନ୍ଦ ହେବା ପରେ ମଧ୍ୟ ଘରୁକୁ ଆସିଛୁ। ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ କ୍ଲାସ କରୁଛୁ। କିନ୍ତୁ ସବୁବେଳେ ନେଟୱାର୍କ ରହୁ ନ ଥିବାରୁ କ୍ଲାସ ହୋଇପାରୁନାହିଁ। ଅଡିଓ ଓ ଏମପି୩ ଯୋଗେଁ ପଢୁଛୁ। ଦଶମ ଶ୍ରେଣୀରେ ପଢୁଥିବାବେଳେ ପରୀକ୍ଷା ବନ୍ଦ ହେଲା କିପରି ଆମର ପରୀକ୍ଷା ଫଳ ବାହାରିବ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି ବୋଲି ସେ କହିଛନ୍ତି।

ଏନେଇ ସ୍କୁଲର ଶିକ୍ଷକ ଚନ୍ଦ୍ର ଶେଖର ପଟ୍ଟନାୟକ କହିଛନ୍ତି ଯେ ପିଲାଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ସବୁ ନିୟମ କରାଯାଇ କ୍ଲାସ କରାଯାଉଥିଲା। କରୋନା ଭୟଭୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ବନ୍ଦ କରିବା ପରେ ଏବେ ଅନଲାଇନ, ଏମପି ୩ ଓ ଅଡିଓ କଲ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ଯେଉଁମାନଙ୍କର ଅଣ୍ଡ୍ରୋଏଡ ଫୋନ ରହିଛି, ସେମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ଦିଆଯାଉଛି। ଯେଉଁମାନଙ୍କର ଫୋନ ନାହିଁ ସେମାନେ କନଫ‌ରେନ୍ସ କଲରେ ରହି କ୍ଲାସ କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର