କରୋନା ଭାଇରସ ଆକୃତିର କାକୁଡ଼ି ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ କାକୁଡି। କରୋନ ଭାଇରସ ଆକୃତିର ଏହି କାକୁଡି ଦେଖିବାକୁ ଗୋଲାକୃତି ଥିବା ବେଳେ କାକୁଡି ର ଚାରିପାଖ କଣ୍ଟା ଭଳି ରହିଛି। ଆଜି ସକାଳେ ଏହି କାକୁଡି ଚିହ୍ନଟ ପରେ ସରାଗୁଡ଼ା ଗ୍ରାମରେ କରୋନ ଭାଇରସ ଆକୃତିର ଏହି କାକୁଡିକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ସୂଚନା ଅନୁଯାଇ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ଗ୍ରାମର ଚାଷୀ ରବି କିରଣ ନାଗ ତାଙ୍କ ଜମିରେ ଅମଳ ଧାନକୁ ଖଳାରେ ପହଞ୍ଚାଇବା ପାଇଁ ସରାଗୁଡ଼ା ଗ୍ରାମର କିଛି ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ। ଆଜି ସକାଳେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ଦେବା ପାଇଁ ରବି ସରାଗୁଡ଼ା ଗ୍ରାମରେ ପହଂଚିଥିଲେ। କିନ୍ତୁ ସରାଗୁଡ଼ା ଗ୍ରାମର ଜଣେ ଶ୍ରମିକ ଚନ୍ଦ୍ର ପୂଜାରୀଙ୍କ ବାଡରେ ଫଳିଥବା ଅଦ୍ଭୁତ କାକୁଡିକୁ ଦେଖି ସେ ଆଚମ୍ବିତ ହୋଇଯାଇଥିଲେ। ଏହି ଅଦ୍ଭୁତ କାକୁଡି ଦେଖିବାକୁ ଗୋଲାକୃତି ଥିବା ବେଳେ କାକୁଡ଼ିର ଚତୁର୍ପାର୍ଶ୍ଵ କଣ୍ଟକ ରେ ଭାରି ରହିଛି । ଗୋଟିଏ ଗଛର ମାଳରୁ କିଛି କାକୁଡି କରୋନା ଭାଇରସ ଆକୃତିର ଥିଲା।

କରୋନ ଭାଇରସ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ଏକ ଆକୃତି ଦିଆ ଯାଇଥିଲା। ସେହି ଆକୃତି କଣ୍ଟକ ମୟ ଥିଲା। ଅବିକଳ ଏହି ଅଦ୍ଭୁତ କାକୁଡି ମଧ୍ୟ କରୋନା ଭାଇରସ ଆକୃତି ସଦୃଶ୍ୟ ରହିଥିବାରୁ ପ୍ରଚାର ପରେ ସରାଗୁଡ଼ା ଓ ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ଆଜି ଜମିଥିବା ଦେଖିବାକୁ ମିଳିଛି । ସାଧାରଣତଃ କାକୁଡି ର ଆକାର ଗୋଲ, ଲମ୍ବା ଓ ଚିକ୍କଣ ରହିଥିବା ବେଳେ ଏହି ଅଦ୍ଭୁତ କାକୁଡି ର କଣ୍ଟା ଭରି ରହିଛି।

ତେବେ ଏହି ଅଦ୍ଭୁତ କାକୁଡି କାହିଁକି ଏପରି ଆକାର ଧାରଣ କରିଛି ବୋଲି ଡାବୁଗାଁ ସହକାରୀ ଉଦ୍ୟାନ ଅଧିକାରୀ ମୋନାଲିସା ମନ୍ତ୍ରୀଙ୍କୁ ପଚାରିବାରୁ ଏହା ଏକ ଜଙ୍ଗଲ କିସମ କାକୁଡି ବୋଲି କହିଥିଲେ ଏବଂ ଜଙ୍ଗଲ ମଧ୍ୟରେ ଏଭଳି କାକୁଡି ଫଳିବା ଦେଖିବାକୁ ମିଳିଥାଏ ବୋଲି କହିଥିଲେ। ତେଣୁ ଏଥିରେ କେହି ଭୟଭୀତ କିମ୍ବା ଆଚମ୍ବିତ ହେବା ଆବଶ୍ୟକ ନାହିଁ ବୋଲି କହିଥିଲେ। ବର୍ତମାନ କରୋନର ପ୍ରକୋପ ଅଳ୍ପ କମିଥିଲେ ସୁଦ୍ଧା ଲୋକଙ୍କ ମନରୁ କରୋନାର ଭୟ ଦୂର ହୋଇ ନ ଥିବା ବେଳେ ଲୋକେ ପୁଣି କରୋନା ଫେରିଲା ବୋଲି କଥା କଥା ହେଉଛନ୍ତି।

ସମ୍ବନ୍ଧିତ ଖବର