ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଲା କୋରନା ଟିକା

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଆଜି କୋଭିଡ ଟିକା ପହଞ୍ଚିଛି। ସନ୍ଧ୍ୟା ୭ଟା ସମୟରେ ଏକ ସ୍ବତନ୍ତ୍ର ଗାଡିରେ ଭଞ୍ଜନଗର ଡାକ୍ତରଖାନା ପରିସରରେ ଟିକା ପହଞ୍ଚିଥିଲା। ଭାରତ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡର ୨୦୦ ଡୋଜ୍ ଟିକା ଆସିଥିବା ମେଡିକାଲ୍ ସୁପରିଟେଣ୍ଟ୍ ଡ.ସୀତାଂଶୁ ଶେଖର ଶତପଥି ସୂଚନା ଦେଇଛନ୍ତି।

ଏହାକୁ ସୁପରିଟେଣ୍ଟଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଡା.ପି.ଶ୍ରୀଲେଖା, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଟିକା ଆଣିଥିବା କର୍ମଚାରୀମାନଙ୍କ ଠାରୁ ସଂଗ୍ରହ କରାଯାଇଥିଲା। ଏହାପରେ ସମସ୍ତ ଟିକାକୁ ସୁରକ୍ଷିତ ଭାବେ ଟିକା କରଣ କେନ୍ଦ୍ରରେ ରଖାଯାଇଥିଲା। ଆସନ୍ତା ୧୬ ତାରିଖ ଠାରୁ ଡାକ୍ତରଖାନା ପରିସରରେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜଣାପଡିଛି।

ଏଥିପାଇଁ ଟିକା କରଣ କେନ୍ଦ୍ର,ପ୍ରତୀକ୍ଷା କକ୍ଷ, ପରୀକ୍ଷା କେନ୍ଦ୍ର ଆଦି ପ୍ରସ୍ତୁତ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୋବାଇଲରେ ମେସେଜ୍ ପାଇଥିବା କେବଳ କୋଭିଡ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ ବୋଲି ଡାକ୍ତରଖାନା ପକ୍ଷରୁ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର