ସୁରକ୍ଷା ଅପେକ୍ଷାରେ କରୋନା ଯୋଦ୍ଧା, ଚିନ୍ତାରେ ଯୋଦ୍ଧା ପରିବାର

କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୯ କରୋନା ପିଜିଟିଭ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି  କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି ।  ଭବାନୀପାଟଣା ସହରରେ ଆଜି ୩ ଜଣ ପୁଣି କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ନର୍ଲା ବ୍ଲକ ରେକପୁର ଗ୍ରାମର ଜଣେ କୋଭିଡ ଜୋଦ୍ଧା କରୋନା ପଜିଟିଭ ଚିହ୍ନଟ ହେବା ପରେ  ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଗୃହବଦ୍ଧ ବାଭେ ରଖି ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିଲା ।  ଆଜି ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାବ ପଜିଟିଭ ଥିବା ଜଣାପଡିଥିଲା । ଆଜି  ୩ ଜଣଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିଭଳି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚକୁଳି ଗ୍ରାମର ଜଣେ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ଗୃହବଦ୍ଧ ଭବେ ରଖି  ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ୩ ଜଣଙ୍କ ସ୍ୱାବ ପଜିଟିଭ ଆସିବା ପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭବାନୀପାଟଣା ସହରରେ କରୋନା ପିଜିଟିଭ ବୃଦ୍ଧି ପାଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନିଆ ସଟଡାଉନ କରାଯାଇଛି । ସହରର ଦୁଇ ଦିନ ଧରି ସଟଡାଉନ ସମୟରେ ଘରକୁ ଘର ଯାଇ ୨୦ ଟି ୱାର୍ଡରେ ୧୮ ହଜାର ୭୭୦ ପରିବାର କୁ ଯାଇ ସ୍କ୍ରିନିଂ କାର୍ଯ୍ୟ ଆରମ୍ଭ ହୋଇଛି  ।
ସହରର ବିଭିନ୍ନ ସ୍ଥାନରେ ୧୦ ଟି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ୭୫ ଟି ସ୍କ୍ରିନିଂ ଟିମ ଗଠନ କରାଯାଇଛି । ଆଜି ପ୍ରଥମ ଦିନରେ ସନ୍ଦେହ ଥିବା ୩୭୧ ଜଣଙ୍କ ପରୀକ୍ଷା କରାଯାଇ ୩ ଟି ପଜିଟିଭ ରିପୋର୍ଟ ମିଳିଛି । ଏହି ୩ ଜଣ ପୁଲିସ କର୍ମଚାରୀ ଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରେ କରୋନା ଯୋଦ୍ଧାଙ୍କ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି । ନର୍ଲାର ଦୁଇଜଣ ଡାକ୍ତର ପଜିଟିଭ ବାହାରିବା ପରେ ଚିକିତ୍ସା ହୋଇ ଫେରିଛନ୍ତି । ଧର୍ମଗଡ଼ର ଜଣେ ନର୍ସ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି ।
ଗତକାଲି ଭବାନୀପାଟଣା ଟାଉନଥାନାର ୩ ଜଣ ପଜିଟିଭ ବାହାରିଥିବା ବେଳେ ସଦର ଥାନା ର ଜଣେ, ରିଜର୍ଭ ର ୫ ଜଣ ପୁଲିସ କର୍ମଚାରୀ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଆଜି ଟାଉନ ଥାନାର ଆହୁରି ୩ ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସହରର ସୁରକ୍ଷା ଯୋଗାଉଥିବା ଟାଉନ ଥାନାର କରୋନା ଯୋଦ୍ଧାମାନେ ଏବେ ଚିନ୍ତାରେ ପଡିଛନ୍ତି । ଏପର୍ଯ୍ୟନ୍ତ ଟାଉନ ଥାନାକୁ ସାନିଟାଇଜ ମଧ୍ୟ କରାଯାଇନାହିଁ । ବାହାର ଜିଲ୍ଲାରେ ପୁଲିସ କର୍ମଚାରୀ ଆକ୍ରାନ୍ତ ହେଲେ ଥାନା କୁ ସାନିଟାଇଜ କରାଯିବା ସହିତ ସମସ୍ତ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧ ପାଇଁ ପଠା ଯାଉଛି । କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଆଜି ଟାଉନ ଥାନା ପୁଲିସ କର୍ମଚାରୀ ଡ୍ୟୁଟିରେ ଥିବା ନେଇ ସେମାନଙ୍କ ପରିବାର ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ତୁରନ୍ତ ରାଜ୍ୟ ସରକାର ଏନେଇ ହସ୍ତକ୍ଷେପ କରିବାକୁ କରୋନା ଯୋଦ୍ଧା ପରିବାରମାନେ ନିବେଦନ କରିଛନ୍ତି । ଭବାନୀପାଟଣା ସହରରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପୁରୁଣାପଡାର ସୁପର ସ୍ପ୍ରେଡ଼ର ସହରବାସୀଙ୍କୁ ଅଡୁଆରେ ପକାଇଛି । ଆଜି କଳାହାଣ୍ଡି ଜିଲ୍ଲାପାଳ ଭବାନୀପାଟଣା ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍କ୍ରିନିଂ କାର୍ଯ୍ୟ ତଦାରଖ କରିଥିଲେ । ସ୍କ୍ରିନିଂ କାର୍ଯ୍ୟରେ ସହରବାସୀ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ସହରବ୍ୟାପୀ ଏଏନଏମ୍, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସରକାରୀ କର୍ମଚାରୀ ସ୍କ୍ରିନିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଘରକୁ ଘର ବୁଲି ସମସ୍ତ ପରିବାର ସଦସ୍ୟଙ୍କ ଥର୍ମାଲସ୍କ୍ରିନିଂ କରାଯାଉଛି । ଏହି ସ୍କ୍ରିନିଂରେ ନିୟୋଜିତ ଥିବା କର୍ମଚାରୀଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସମ୍ବନ୍ଧିତ ଖବର