ମାଲକାନଗିରିରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ

ମାଲକାନଗିରି: ମାଲକାନଗିରିରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକ ନିକଟରେ ପଶ୍ଚିମବଙ୍ଗର କୋଲକାତାସ୍ଥିତ ଇସ୍କନ ମନ୍ଦିରରୁ ଫେରିଥିବା ଜଣାପଡ଼ିଛି। ସେ ଇସ୍କନ ମନ୍ଦିରରେ ଥିବା ସମୟରେ ବିଭିନ୍ନ ବିଦେଶୀ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ମାଲକାନଗିରି ଡାକ୍ତରଖାନାରେ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି। ତାଙ୍କୁ ସଚେତନ ରହିବା ସହିତ ନିଜ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Image result for coronavirus suspected in malkangiri
The Economic Times

ଏପଟେ ବୁଧବାର ଭାରତରେ ପୁଣି ୧୮ଜଣ ବ୍ୟକ୍ତି କରୋନାଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କେରଳରୁ ୮ଜଣ, ମହାରାଷ୍ଟ୍ରରୁ ୫ଜଣ, କର୍ଣ୍ଣାଟକରୁ ୪ଜଣ ଏବଂ ଜମ୍ମୁ ଓ କଶ୍ମୀରରୁ ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ବାହାରିଛି। ଏହାକୁ ମିଶାଇ ଏଯାବତ ସମଗ୍ର ଭାରତରେ ସଂକ୍ରମିତଙ୍କ ସଂଖ୍ୟ ୬୨କୁ ବୃଦ୍ଧି ପାଇଛି। ବିଶ୍ବରେ ୧୦୦ରୁ ଊର୍ଧ୍ୱ ଦେଶକୁ ଏହି କରୋନାଭାଇରସ୍‌ ବ୍ୟାପି ଥିବା ରିପୋର୍ଟ ପ୍ରକାଶ ପାଇଛି। ଏଯାବତ୍ ବିଶ୍ୱରେ ଏହି କୋଭିଡ୍‌-୧୯ କାରଣରୁ ୪୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ମାରାତ୍ମକ କରୋନାଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧୬ହଜାରରେ ପହଞ୍ଚି ଯାଇଛି।  ଭାରତରେ କରୋନାଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର