ମାଲକାନଗିରି : ମାଲକାନଗିରି ଜିଲ୍ଲାର ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦାଙ୍କୁ ମିଳିଛି ହତ୍ୟା ଧମକ। କାଲିମେଳା ତହସିଲରେ ହୋଇଥିବା ଜମି ପଟ୍ଟା ଦୁର୍ନୀତିକୁ ପର୍ଦାଫାସ କରିବା ସହ ଗତ ୧ ତାରିଖ ଦିନ ସମ୍ବାଦିକ ସମ୍ମିଳନୀରେ ତୁରନ୍ତ କାଲିମେଳା ତହସିଲଦାରଙ୍କୁ ହଟାଇବା ନେଇ ଦାବି କରିଥିଲେ।ଏଥିସହ ସେ ଲୋକାୟୁକ୍ତ,ଭିଜିଲାନସ ଏବଂ ସଂପୃକ୍ତ ବିଭାଗକୁ ଏନେଇ ଅବଗତ କରାଇବେ ବୋଲି କହିଥିଲେ।
ତେବେ ସେ ମାଲକାନଗିରିର ଏକ ଘରୋଇ ହୋଟେଲରେ ରହି ଥିବା କିଛି ଦୁର୍ବୃତ୍ତ ଜାଣିବା ପରେ ତାଂକୁ ଫୋନ ଯୋଗେ ଏଭଳି ନକରିବା ପାଇଁ ଧମକ ଦେବା ସହ ହତ୍ୟା ଧମକ ଦେଇଥିଲେ । ଏପରିକି ତାଂକ ପତ୍ନୀଙ୍କୁ ମଧ୍ୟ ଧମକ ଦିଆଯାଇଥିବା ସମାଜସେବୀ ଶରତ ବୁରୁଦା ଥାନାରେ ଏତଲା ଦାୟର କରିଛନ୍ତି । ସେ ରହୁଥିବା ହୋଟେଲରେ ବଳପୂର୍ବକ କିଛି ଦୁର୍ବୃତ୍ତ ପଶି ତାଂକୁ ଖୋଜିଥିଲେ । ଏପରିକି ହୋଟେଲ ରିସିପନିଷ୍ଟଙ୍କୁ ମଧ୍ୟ ଧମକଚମକ ଦେଇଥିଲେ।ତାଂକୁ ଉତ୍କଚ ଦେଇ ଏହି ଘଟଣାକୁ ଆଗକୁ ନବଢାଇବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।ଏହି ଖବର ଶ୍ରୀ ବୁରୁଦାଙ୍କ ପତ୍ନୀ ପାଇବା ପରେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଶରତ ବୁରୁଦା ଏନେଇ ବୁଝାସୁଝା କରିବା ପରେ ସେ ବୁଝିଥିଲେ । ତୁରନ୍ତ ପର୍ଦାଫାସ କରିବା ପାଇଁ ପତ୍ନୀ ମଧ୍ୟ ସମର୍ଥନ କରିଥିଲେ।ସିସିଟିଭି ଫୁଟେଜରେ ସମସ୍ତ ବିଷୟ ଜଣାପଡିଯିବ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ସେ ଦୁଇ ଜଣଙ୍କ ନାମ ଏତଲାରେ ଦାୟର କରିଥିବା କହିଥିଲେ।ସେ ହେଉଛି ଶିକ୍ଷକ ରଘୁନାଥ ନାୟକ ଏବଂ ବରୁଣ ଡୁରୁକା । ଏମାନେ ହିଁ ତାଂକୁ ଧମକଚମକ ଦେଉଥିବା ସେ ଥାନାରେ ଏତଲା ଦାୟର କରିଛନ୍ତି।ଏନେଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କୁ ପଚରାଯିବାରୁ ସେ ଏନେଇ କେଶ ରୁଜୁ କରାଯାଇଥିବା କହିଥିଲେ।ଏଥିରୁ ଜଣାପଡୁଛି ଯେ ମାଲକାନଗିରି ଜିଲ୍ଲାରେ ଜଣେ ଦୁର୍ନୀତି କରୁଥିଲେ ତାକୁ ଘଣ୍ଟ ଘୋଡାଇବାକୁ ବାଧ୍ୟ।ନଚେତ ହତ୍ୟା ଧମକ ମିଳିବ।ପୁଲିସ ଏ ସଂକ୍ରାନ୍ତରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି । ନଚେତ ଆଗକୁ କେହି ଦୁର୍ନୀତି ବିରୋଧରେ ସ୍ବରତ୍ତଳନ କରିବେ ନାହିଁ ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Mkg-Sarat-Buruda-ku-hatya-dhamak.jpg)