ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ଗ୍ରାମରେ ଅଣ ସଂଗଠିତ ଶ୍ରମିକଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣର ସଚିବ ଅମିତ ସ୍ୱରୂପ କୁମାର ସେଠ,ନିରୀକ୍ଷକ ଏସ.କହର,ଆଇନଜୀବୀ ଦୀନବନ୍ଧୁ ଦାସ,ତେଲରାଇ ସରପଞ୍ଚ ପଦ୍ମିନୀ ସୋଡି,ସମିତି ସଭ୍ୟ ତାପସ ମଣ୍ଡଳ,ପିଇଓ ନିମୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନା ଯଥା ମନରେଗା,ଜନନୀ ସୁରକ୍ଷା,ମମତା ଯୋଜନା,ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା,ବିଜୁ କୃଷକ କଲ୍ୟାଣ ଯୋଜନା,କୋଠାବାଡି ନିର୍ମାଣ ଶ୍ରମିକ ଯୋଜନା,ଅଣ ସଂଘଠିତ ଶ୍ରମିକ ଯୋଜନା,ସମାନ ମଜୁରୀ,ମାନବ ଚାଲାଣ,ସର୍ବଶିକ୍ଷା ଅଭିଯାନ,ବିଧବା ଭତ୍ତା,ଭିନ୍ନକ୍ଷମ ଭତ୍ତା,ପରିବାର କଲ୍ୟାଣ ଯୋଜନା,ମଧ୍ୟାହ୍ନ ଭୋଜନ ସମେତ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ବିସ୍ତତ ଭାବେ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ସେହିପରି ଆଇନ ସେବା ପ୍ରାଧିକରଣର ବିଭିନ୍ନ କାର୍ଯ୍ୟକ୍ରମ ଯେପରି ମାଗଣା ଆଇନ ସେବା,ମଧ୍ୟସ୍ଥତା, ପୀଡିତାଙ୍କୁ କ୍ଷତି ପୂରଣ ,ମାନବ ଚାଲାଣ,ବରିଷ୍ଠ ନାଗରିକ ଅଧିକାର ଆଇନ,ମହିଳା ଓ ଶିଶୁଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।
ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ଆଇନ ସଚେତନତା ଶିବିର
/sambad/media/post_attachments/wp-content/uploads/2017/10/malkan-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)