ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ଦେଶୀ ମଦଭାଟି ନିକଟରୁ ବେଆଇନ କଫ୍‌ସିରପ୍‌ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନିଲ ନିଆଲ। ସେହିପରି ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତ ପାଚେର ଗାଁର ଗଙ୍ଗା ସାହୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Advertisment

ପୁଲିସର ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ପୁଲିସ ବେଆଇନ କଫ୍‌ସିରପ୍‌ କାରବାର ସଂପର୍କରେ ସୂଚନା ପାଇ ଚଢ଼ଉ କରିଥିଲା। ଅଭିଯୁକ୍ତ ଅନିଲଙ୍କ ପାଖରୁ ୧୭ ବୋତଲ ଏସ୍‌କଫ୍‌ ସିରପ୍‌, ଗୋଟିଏ ଷ୍ଟ୍ରିପ୍‌ ନିଶାବଟିକା, ଗୋଟିଏ ବାଇକ୍‌ (ଓଆର ୧୭ଜି ୪୩୧୮, ନଗଦ ୧୫ଶହ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରିଥିଲା। ଥାନା କେସ୍‌ ନଂ ୯୩/୨୩ରେ ଅଭିଯୁକ୍ତ ଅନିଲଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।