ଦେବଗଡ଼: ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ଵାର୍ଡ ଗତକାଲି ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମିଞ୍ଜାରୀବାହାଳ ଗ୍ରାମରେ ଚଉ କରି ଦେଶୀ ବୋମା ଓ ୨ ବନ୍ଧୁକ ଜବତ କରିଛି। ଉକ୍ତ ଘଟଣାରେ ପଥୁରିଆନାଳି ଗ୍ରାମର କରୁଣା ଖୁଣ୍ଟିଆ ଓ ମେଞ୍ଜାରିବାହାଳ ଗ୍ରାମର ସୁଦନ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଣସି ଅପରାଧିକ ସଂଗଠନ ସହ ଜଡିତ କି ନାହିଁ ଓ ବେଆଇନ ବୋମା ଏବଂ ବନ୍ଧୁକକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ସେମାନେ ରଖିଥିଲେ । ସେନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/08/0a842987-c6e9-4984-86b6-b14213e23378-1-1018x1024.jpg)
ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଥାନାଞ୍ଚଳରେ ବେଆଇନ ବନ୍ଧୁକ ରହିଥିବା ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ଵାର୍ଡ ଗତକାଲି ରାତିରେ ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମେଞ୍ଜାରିବାହାଳ ଗ୍ରାମରେ ଚଢ଼ଉ କରିଥିଲେ। ଏହି ସମୟରେ ଅଭିଯୁକ୍ତଙ୍କ ନିକଟରୁ ୧୫ରୁ ଊର୍ଦ୍ଧ୍ୱ ବୋମା ଓ ୨ଟି ଦେଶୀ ବନ୍ଧୁକ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ରିଆମାଳ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି(ଡିଆଇବି) ପ୍ରଦୀପ କେରକେଟା, ଏସଡିପିଓ ଶ୍ରୀ ମହାପାତ୍ର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/3eb4568e-660b-4156-8970-e28bacaa0a51.jpg)