ଧଉଳି: ଧଉଳି ଥାନା ପୁଲିସ ବସନ୍ତପୁର ଗ୍ରାମରେ ଏକମାସ ପୂର୍ବେ ଘଟିଥିବା ଏକ ଗଣ୍ଡଗୋଳ ମାମଲାରେ ଆଜି ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲା ଉକ୍ତ ଗ୍ରାମର ଦେବରାଜ ଭୋଇ (୩୦) । ଦେବରାଜ ଉକ୍ତ ଗ୍ରାମର ପ୍ରକାଶ କାଣ୍ଡି ଓ ତାଙ୍କ ପତ୍ନୀ ଗୀତାଞ୍ଜଳୀଙ୍କୁ ମାଡ଼ମାରି ଆହତ କରିଥିବା ଅଭିଯୋଗ ହୋଇଥିଲା । ତେବେ ଦେବରାଜଙ୍କର ଜାମିନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।
ଦେବରାଜଙ୍କ ବିରୋଧରେ ଗୀତାଞ୍ଜଳୀ ଲିଖିତ ଅଭିଯୋଗ କରିଥିଲେ । ଗୀତାଞ୍ଜଳୀଙ୍କ ଅଭିଯୋଗ ଆଧାରରେ ନଂ ୧୭/୨୧ ରେ ଏକ ମାମଲା ରୁଜୁ ହୋଇଥିଲା । ଗତ ୨୦ ତାରିଖ ରାତିରେ ଦେବରାଜ ସଂପୃକ୍ତ ଦମ୍ପତ୍ତିଙ୍କୁ ମାଡ଼ମାରି କ୍ଷତାକ୍ତ କରିଥିବା ଅଭିଯୋଗ ହୋଇଥିଲା । ଉଭୟ ସ୍ବାମୀ –ସ୍ତ୍ରୀଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।
ହେଲେ ଗଣ୍ଡଗୋଳ ପରେ ଦେବରାଜ ଫେରାର ହୋଇଯାଇଥିବାରୁ ପୁଲିସ ତାକୁ ଗିରପ କରିବାରେ ସକ୍ଷମ ହୋଇନଥିଲା । ହେଲେ ଆଜି ଗ୍ରାମରେ ଥିବା ସଂପର୍କରେ ସୁରାକ ପାଇ ପୁଲିସ ତାଙ୍କ ଘରେ ଅତର୍କିତ ଚଢ଼ଉ କରି ଗିରଫ କରିଥିଲା ।