ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ବିରୋଧରେ ଏକ ଗୁରୁତର ଅଭିଯୋଗ ହୋଇଛି। ପୁରୁଣା ବ୍ରହ୍ମପୁର ଅଞ୍ଚଳର ଏକ ଦମ୍ପତିଙ୍କୁ ଥାନାକୁ ଡାକି ସେମାନଙ୍କୁ ପୁଲିସ ମାଡ଼ ମାରିବା ଭଳି ସଙ୍ଗିନ୍ ଅଭିଯୋଗ କରିଛନ୍ତି ଜନୈକା ମହିଳା। ଏଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ ଅଭିଯୋଗକାରୀ ମହିଳା ଦୁଃଖୀ ନାୟକଙ୍କ ଅଭିଯୋଗ ଶୁଣିବା ପରେ ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କୁ ତଦନ୍ତ ଭାର ଦେଇଛନ୍ତି। ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଏଏସ୍ପି ରାଉତରାୟ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ପୁରୁଣା ବ୍ରହ୍ମପୁର ପାଣ୍ଡବନଗରେ କବିର ନାୟକ ତାଙ୍କ ପତ୍ନୀ ଓ ବାପା, ମା’ ଏକାଠି ରହୁଛନ୍ତି। ତାଙ୍କର ଏକ କୁନି ଝିଅ ମଧ୍ୟ ରହିଛି। ବିଭିନ୍ନ କାରଣକୁ ନେଇ ଶ୍ବଶୁରଙ୍କ ସହିତ ଝଗଡ଼ା ଲାଗି ରହୁଥିଲା ବୋଲି ଦୁଃଖୀ କହିଛନ୍ତି। ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ନଣନ୍ଦେଇ ମଧ୍ୟ ଘରେ ନାନା ଅଶାନ୍ତି ସୃଷ୍ଟି କରୁଥିଲେ। ପ୍ରତିବାଦ କଲେ ନାନା ଧମକ୍ ମିଳୁଥିଲା। ସେପଟେ ଶାଶୂ, ଶ୍ବଶୁର ବିଭିନ୍ନ କାରଣକୁ କେନ୍ଦ୍ର କରି ହଇରାଣ କରୁଥିଲେ ବୋଲି ଦୁଃଖୀ କହିଛନ୍ତି। ସବୁ କିଛି ସହି ଘରେ ରହୁଥିଲୁ। କିନ୍ତୁ ଗତକାଲି ଶ୍ବଶୁର ଘର ଲୋକ ବଡ଼ବଜାର ଥାନାରେ ପୁଅ, ବୋହୂ ମାଡ଼ ମାରୁଥିବା ନେଇ ମିଥ୍ୟା ଅଭିଯୋଗ କରିଥିଲେ। ଫଳରେ ପୁଲିସ ଗତକାଲି ସଂଧ୍ୟାରେ କବିର ଓ ପତ୍ନୀ ଦୁଃଖୀଙ୍କୁ ଥାନାକୁ ନେଇଥିଲା। ରାତିରେ ପୁଲିସ ବିଭିନ୍ନ ଦିଗରେ ପଚରାଉଚରା କରି ମାଡ଼ ମାରିଥିଲା ବୋଲି ଦୁଃଖୀ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ଦୁଇଜଣ ମହିଳା ପୁଲିସ ବାଡ଼ିରେ ମାଡ଼ ମାରିଥିବା ନେଇ ଦୁଃଖୀ ଏଏସ୍ପିଙ୍କ ନିକଟରେ କହିଛନ୍ତି। ରାତିରେ ଦୁଃଖୀଙ୍କୁ ପୁଲିସ ଛାଡ଼ି ଦେଇଥିବା ବେଳେ ସ୍ବାମୀ କବିରଙ୍କୁ ଥାନାରେ ଅଟକ ରଖାଯାଇଥିବା ସେ କହିଛନ୍ତି।
ଆଜି ସେ ଅଞ୍ଚଳର ଏକ ସ୍ବୟଂସହାୟି
କା ଗୋଷ୍ଠୀ ସଦସ୍ୟାଙ୍କ ସହଯୋଗରେ ବ୍ରହ୍ମପୁର ଏସ୍.ପି.ଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ଅଭିଯୋଗ ଦାଖଲ କରିଛନ୍ତି। ବିନା କାରଣରେ ପୁଲିସ ନାନା ହଇରାଣ କରି ମାଡ଼ ମାରିଥିବା ନେଇ ଦୁଃଖୀ କହିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ସହିତ ଥାନାରେ ଅଟକ ଥିବା ସ୍ବାମୀଙ୍କୁ ଛାଡ଼ିବା ପାଇଁ ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/police-mada-2.jpg)