ବାଲିପାଟଣା: ଆଜି ସକାଳେ ଦୀପାବଳିରେ ବିକ୍ରି ପାଇଁ ଘରେ ମହଜୁଦ ଥିବା ବାଣ ବିସ୍ଫୋରଣରେ ବାଲିପାଟଣା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ଅଠାନ୍ତର .ମେଡିକାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିିବାରୁ ଦମକଳ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଚଳାଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଶରୀରରୁ ହାତଗୋଡ଼ ମୁଣ୍ଡ ଛିଡ଼ି ୫୦ ଫୁଟ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଏହି ବିସ୍ଫୋରଣରେ ପଡୋଶୀଙ୍କ ୩ ବଖରା ଘରର ଛାତ ମଧ୍ୟ ଉଡ଼ିଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଜ୍ଞାନେନ୍ଦ୍ର ମିଶ୍ର (୪୦ ବର୍ଷ) ଓ ତାଙ୍କ ପତ୍ନୀ ଝୁନି ମିଶ୍ର(୩୫ ବର୍ଷ)ଙ୍କର ବାଣ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଉଭୟ ସ୍ୱାମୀସ୍ତ୍ରୀ ଘର ଭିତରକୁ ଯିବା ମାତ୍ରେ ବିସ୍ଫୋରଣ ଘଟିଥିବାରୁ ସମ୍ଭବତଃ ଯେଉଁ ଘରେ ବାଣ ମହଜୁଦ ରଖାଯାଇଥିଲା ,ସେହି ଘରେ ସର୍ଟ ସର୍କିଟ ହେବାରୁ ଏହି ବିସ୍ଫୋରଣ ଘଟିଛି। ସୌଭାଗ୍ୟକୁ ମୃତ ଦମ୍ପତ୍ତିଙ୍କ ଦୁଇ ପୁଅ ସ୍କୁଲ ଯାଇଥିିବାରୁ ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏହି ବିସ୍ଫୋରଣରେ ପଡୋଶୀ ଜିତେନ୍ଦ୍ର ମିଶ୍ରଙ୍କ ୩ ବଖରା କୋଠା ଘରର ଛାତ ଉଡିଯାଇଛିି।
ବିସ୍ଫୋଣରରେ ମୃତ ଦମ୍ପତ୍ତିଙ୍କ ଶରୀର ବିଭିନ୍ନ ସ୍ଥାନରେ ଛିଟିକି ପଡ଼ିଥିବାରୁୁ ଘଟଣାସ୍ଥଳରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।