ପୁରୀ: ଲଗାଣ ବର୍ଷାରେ ଭୁୁଡ଼ିଲା କାନ୍ଥ, ଦମ୍ପତି ଗୁରୁତର

ପୁରୀ: ଗତ କାଲି ଠାରୁ ସମଗ୍ର ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷରେ ପୁରୀ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ତଳିଆ ଅଞ୍ଚଳ, ବସ୍ତିରେ ବର୍ଷା ପାଣି ଜମି ରହିଥିବା ବେଳେ ଗତ କାଲି ରାତିରେ ଲଗାଣ ବର୍ଷାରେ ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ କାନ୍ଥ ଭୁଶୁଡ଼ି ବୃଦ୍ଧ ଦମ୍ପତି ଗୁରୁତର ଭାବେ ଆହତ ହାଇଛନ୍ତି। ଆହତ ଦମ୍ପତିଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗୋପ ଥାନା ଅନ୍ତର୍ଗତ ତାଳକଟା ଗ୍ରାମର ୭୫ ବର୍ଷ ବୟସ୍କ ଛଇଳ ବରାଳ ଓ ତାଙ୍କ ପତ୍ନୀ କନକଲତା ବରାଳ(୭୦ ବର୍ଷ) ଘରେ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ଭୁଶୁଡ଼ି ପଡ଼ିବାର ଶବ୍ଦ ଶୁଣି ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର