ଖଲିକୋଟ: ନୂଆବର୍ଷରେ ଅଘଟଣ | ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କିରେ ନିଆଁ ଲାଗିବାରୁ ସ୍ବାମୀ-ସ୍ତ୍ରୀ ପୋଡି ହୋଇ ଗୁରୁତର ହୋଇପଡିଛନ୍ତି | ମିଳିଥିବା ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗ୍ରାମର ତଳସାହିରେ ଏହି ଘଟଣା ଘଟିଛି | ଗୁରୁତର ଆହତ ହୋଇଥିବା ଦମ୍ପତି ହେଉଛନ୍ତି ସନ୍ତୋଷ ବେହେରା ଓ ଗାୟତ୍ରୀ ବେହେରା | ଉଭୟଙ୍କର ପ୍ରାୟ ୫୦ ପ୍ରତିଶତ ଶରୀର ପୋଡ଼ିଯାଇଥିବାବେଳେ ଗୁରୁତର ସ୍ବାମୀ ସ୍ତ୍ରୀଙ୍କୁ ପ୍ରଥମେ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ତେବେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି |
ନୂଆବର୍ଷରେ ଅଘଟଣ: ଗ୍ୟାସ ଟାଙ୍କିରେ ନିଆଁ ଲାଗି ପୋଡିଯିବାରୁ ସ୍ବାମୀ-ସ୍ତ୍ରୀ ଗୁରୁତର
/sambad/media/post_attachments/wp-content/uploads/2023/10/fire-1.jpg)