କଟକ : ମହାନଦୀକୁ ଡେଇଁ ପଡ଼ିଲେ ଦମ୍ପତ୍ତି, ଉଦ୍ଧାର କଲା ଅଗ୍ନିଶମ ବାହିନୀ (ଭିଡିଓ ଦେଖନ୍ତୁ)

କଟକ : କଟକର ଜୋବ୍ରା ବ୍ୟାରେଜରେ ମହାନଦୀକୁ ଏକ ଦମ୍ପତ୍ତି ଡେଇଁପଡ଼ିଥିବା ସୂଚନା ହସ୍ତଗତ ହୋଇଛି । ସେମାନଙ୍କୁ ସ୍ଥାନୀୟ ମାଛଧରାଳି ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯ଼ାଇଛି । ଉଦ୍ଧାର ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯ଼ାଇଛି ।

 

ଯୁବତୀ ଜଣକ କଟକ କଲ୍ୟାଣୀ ନଗରର ସ୍ଵାଗତିକା ମହାନ୍ତି ବୋଲି ଜଣାପଡ଼ିଛି । ସେ କିଛି ମାସ ପୂର୍ବରୁ ବିବାହ କରି ନିଜ ସ୍ବାମୀଙ୍କ ସହ ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲେ । ମାତ୍ର ଫେରିବାପରେ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଯୁବତୀ ଜଣକ ୬୧ ନଂ ବ୍ୟାରେଜ ଫାଟକ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ସେ ଡେଇଁ ପଡିବା ପରେ ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ସ୍ବାମୀ ମଧ୍ୟ ଡେଇଁ ପଡ଼ିଥିଲେ । l

 

ସମ୍ବନ୍ଧିତ ଖବର