ବଜ୍ରପାତରେ ଦମ୍ପତି ଗୁରୁତର

ସିନ୍ଧେକେଲା: ବଙ୍ଗୋମୁଣ୍ଡା-ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥର କନ୍ଧବାହାଲ ବଜାର ନିକଟରେ ବଜ୍ରପାତ ହେବାରୁ ଏକ ଦମ୍ପତି ଗୁରୁତର ହୋଇଛନ୍ତି। ସେଦୁହେଁ ହେଲେ ଟିଟିଲାଗଡ଼ ବ୍ଲକ୍‌ ଗୁଡତୁଲା ଗ୍ରାମର ହେମନ୍ତ ସାହୁ (୫୫ବର୍ଷ) ଓ ତାଙ୍କ ପତ୍ନୀ ଭାଗ୍ୟବତୀ ସାହୁ (୫୦ବର୍ଷ)। ସୂଚନା ଅନୁସାରେ, ହେମନ୍ତ ଓ ଭାଗ୍ୟବତୀ ଶନିବାର ସକାଳେ ସେମାନଙ୍କ ଝିଅଘର ଟିକ୍ରାପଡ଼ାରୁ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ହଠାତ୍‌ ପାଗ ଖରାପ ହେବାରୁ କନ୍ଧବାହାଲ ବଜାର ନିକଟରେ ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ।

ସେଠାରେ ବଜ୍ରପାତ ହେବାରୁ ଉଭୟେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ମୁଣ୍ଡପଦର ସମିତି ସଭ୍ୟ ନୀଳକଣ୍ଠ ବାରିକ ଓ ସିନ୍ଧେକେଲାର ନୌରାଜ ରଣାଙ୍କ ସହିତ ଅନ୍ୟ ଯୁବକମାନେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଚେତା ଫେରିଥିଲା। ପରେ ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର